‘ଏକା ଏକା’ କାବ୍ୟୋତ୍ସବ ଅନୁଷ୍ଠିତ

 କବି ମନୁଆ ଦାସଙ୍କୁ ‘ଏକା ଏକା’ କବିତା ସମ୍ମାନ – – –  ‘ଏକା ଏକା’ ପତି୍ରକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-‘ଏକା ଏକା ଟ୍ରଷ୍ଟ’ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ କାବ୍ୟୋତ୍ସବରେ କବି ମନୁଆ ଦାସଙ୍କୁ ‘ଏକା ଏକା କବିତା ସମ୍ମାନ’ ପ୍ରଦାନ କରାଯାଇଛି । ତାଙ୍କୁ ୧୦ ହଜାର ଟଙ୍କା ଅର୍ଥରାଶି ସହିତ ଉପାୟନ ଓ ଅଙ୍ଗବସ୍ତ୍ର ଦେଇ ଅଗ୍ରଜ କବି ଡ. ସୌଭାଗ୍ୟ କୁମାର ମିଶ୍ର, ଡ. ବଂଶୀଧର ଷଡ଼ଙ୍ଗୀ ଓ ଡ. ରାଜେଂଦ୍ର କିଶୋର ପଂଡ଼ା ସମ୍ମାନ ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ମନୁଆ ଦାସଙ୍କ ଦୁର୍ଘଟଣାଜନିତ ଅନୁପସ୍ଥିତିରେ ତାଙ୍କ ସୁପୁତ୍ରୀ ସମ୍ମାନ ଗ୍ରହଣ କରି ପିତାଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ । ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘କାବ୍ୟୋତ୍ସବ’ରେ ‘ଏକା ଏକା’ ପତି୍ରକା ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହା ସହିତ ଆଭାସ ବରାଳଙ୍କ କବିତା ପୁସ୍ତକ ‘ନିଦ ୩/୪, ଚା ଓ ଅନ୍ୟାନ୍ୟ କବିତା’ ମଧ୍ୟ ଲୋକାର୍ପିତ ହୋଇଥିଲା । ଆୟୋଜିତ

କବିତା ପାଠୋତ୍ସବରେ ଡ. ସଂଘମିତ୍ରା ମିଶ୍ର, ମୌସୁମୀ ଦାସ, ସମରେନ୍ଦ୍ର ନାଥ ମହାପାତ୍ର, କେଦାର ମିଶ୍ର, ଅଶୋକ କୁମାର ସିଂହ, ଅଗ୍ନିବେଶ ମହାପାତ୍ର, ରସାନନ୍ଦ ସାହୁ, ସଂଜୟ ମହାନ୍ତି, କବି ଭିକାରୀ ଧଳ, ମାନିନୀ ଜେନା, ନନ୍ଦକିଶୋର ବିଶ୍ୱାଳ, ସଦାନନ୍ଦ ତି୍ରପାଠୀ, ଭୀମ ପୃଷ୍ଟି, ସୁଶାନ୍ତ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ଧୀରେନ୍‌ ଆଚାର୍ଯ୍ୟ, ମିନତୀ ମିଶ୍ର ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।‘ଏକା ଏକା’ର ପ୍ରତିଷ୍ଠାତା ସଂପାଦକ ଡ. ହିମାଂଶୁ କୁମାର ପଟ୍ଟନାୟକ, ସଂପାଦକ ଆଭାସ ବରାଳ ଓ ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବାବେଳେ ପବିତ୍ର ମୋହନ କର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *