ଗରଦପୁର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ବିଧାୟକ ତଥା ପାଟକୁରା ନବ ନିର୍ମାଣର ବିଶ୍ୱକର୍ମା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ୮୯ତମ ଜନ୍ମ ଜୟନ୍ତିି ଅବସରରେ ଦେବପ୍ରକାଶ ଅଗ୍ରୱାଲ ସ୍ମୃତି କମିଟି ପକ୍ଷରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିହର କ୍ଷେତ୍ର ମାହାଳସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମୂହ ଦୀପ ଦାନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ଜିଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସଙ୍କ ସଂଯୋଜନାରେ ବିଜେଡ଼ି ନେତ୍ରୀ ମଧୁମତି ଅଗ୍ରୱାଲା, ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ସରପଂଚ ସନ୍ତୋଷ ମାହାଳି, ପୂର୍ବତନ ସରପଂଚ ପ୍ରକାଶ ସାହୁ, ପୂର୍ବତନ ସମିତି ସଭ୍ୟ ରଂଜିତ ପଣ୍ଡା, ସ୍ମୃତି କିମଟିର ଆବାହକ ପ୍ରହଲାଦ ସାହୁ, ଜୟ ପ୍ରକାଶ ବାରିକ, ବିଶ୍ୱରଂଜନ ସ୍ୱାଇଁ, ସାମ୍ବାଦିକ ସୁବାସ ସାମଲ, ଦିଲିପ ସେଠୀ, ନରୋତମ ପରିଡ଼ା, ରାକେଶ ସେଠୀ, ଲିପୁ ସାହୁ, ମନୋରଂଜନ ପଣ୍ଡା, ବିଜେଡ଼ି ନେତ୍ରୀ ସୁଜାତା ମିଶ୍ରଙ୍କ ସମେତ ଦେବପ୍ରକାଶ ଙ୍କ ବହୁ ଶୁଭେଛୁ ଯୋଗଦେଇ ବେଦପ୍ରକାଶ ଅଗ୍ରୱାଲାଙ୍କ ବିଧାୟକତ୍ୱ ସମୟରେ ହୁରାସାହି, ପହଣା, ଲଙ୍କାପଡ଼ା ସେତୁ ସମେତ ପରକଣା ଠାରେ ଆଦର୍ଶ ବିଦ୍ୟାଳୟ, ଗରଦପୁର ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ସହ ନଦୀ ବନ୍ଧ ସୁଦୃଢ଼ୀକରଣ କରିବା, ପାନୀୟ ଜଳ ଯୋଗାଣ ଓ ଜଳ ନିସ୍କାସନ ଭଳି ଅନେକ କାର୍ଯ୍ୟ କରି ପାଟକୁରାକୁ ନୂତନ ରୂପଦେବା ହେତୁ ପାଟକୁରା ନବ ନିର୍ମାଣର ବିଶ୍ୱକର୍ମା ଓ ରାଜନୀତିର ପିତାମହ ଭୀସ୍ମ ବୋଲି ଅଭିହିତ କରି ତାଙ୍କର ଗୁଣ ଗାନ କରିଥିଲେ । ଏଥି ସହିତ ସମୂହ ସଙ୍କିର୍ତନ ପରିବେଷଣ କରାଯାଇ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଦପ୍ରକାଶ ଅଗ୍ରୱାଲାଙ୍କ ଶୁଭେଛୁ , ବିଜେଡ଼ି କର୍ମୀ, ଜନ ସାଧାରଣ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।
ବେଦୁବାବୁଙ୍କ ସ୍ମୃତିରେ ସମୂହ ଦୀପ ଦାନ
