ଆଜିଠାରୁ ପବିତ୍ର ରମଜାନ୍ ମାସ, ପ୍ରଥମ ରୋଜା ରଖିବେ ଶ୍ରଦ୍ଧାଳୁ, କଟକ ସଦର ଚଳଚଞ୍ଚଳ

କଟକ ସଦର, ୦୨/୦୩/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ମାସ ରମଜାନ୍ ଆଜି (ରବିବାର) ଠାରୁ ଆରମ୍ଭ ହୋଇଛି। ଏଥିପାଇଁ କଟକ ସଦରର ରାଉତରାପୁର, ରାଜହଂସ, ପରମହଂସ,ଦେଓପୁର, ଆୟତପୁର,ସୋମପୁର, କିଶନନଗର ର ଵାଲିଶୁକ୍ରି, ପ୍ରହରାଜପୁର, ନାରଦା, ଗଡମା, ଥୋରିଆପଡା, ଗଡମା, ନେମାଳ,ମହମ୍ମଦପୁର ,ବାବୁଜଙ୍ଗ ପ୍ରଭୃତି ଅଞ୍ଚଳରେ ଥିବା ସବୁ ମୁସଲିମ ବସ୍ତି ଓ ମସଜିଦରେ ପ୍ରସ୍ତୁତି ଶେଷ ହୋଇଛି।

ଶନିବାର ରମଜାନ୍ ମାସର ପ୍ରଥମ ଚାନ୍ଦ ଦର୍ଶନ କରି ମୁସଲମାନ ଧର୍ମାବଲମ୍ବୀ ଲୋକେ ଆଜି ଠାରୁ ତରାଵି ଆରମ୍ଭ କରିଛନ୍ତି। ଚନ୍ଦ୍ର ଦର୍ଶନ ପରେ ପ୍ରତ୍ୟେକ ମସଜିଦ ମାନଙ୍କରେ ତରାଵି ନମାଜ ପାଠ ହୋଇଥିବା ଜଣାପଡିଛି। ଯେଉଁଥିରେ ମୁଖସ୍ଥ ହୋଇଥିବା ପବିତ୍ର କୋରାନ୍ ହାଫିଜ୍ ଙ୍କ ଦ୍ୱାରା ପାଠ କରାଯାଏ ଏଵଂ ଏହାକୁ ଶ୍ରଦ୍ଧାଳୁମାନେ ଶୁଣି ତରାଵି ନମାଜ ପାଠ କରିଥାନ୍ତି। ରବିବାର ଭୋର ୪.୫୨ ରୁ ରୋଜା ଆରମ୍ଭ ହୋଇ ସଂଧ୍ୟା ୫.୫୫ ରେ ସମାପ୍ତ ହେବ।

ଏହି ସମୟରେ ଇସଲାମ ଧର୍ମାବଲମ୍ବୀମାନେ ଅନ୍ନ ଜଳ ସ୍ପର୍ଶ ନକରି ନିର୍ଜଳା ଉପବାସ ରେ ଓଷା ରଖିଥାନ୍ତି। ଏହି ଓଷା ୩୦ ଦିନ ଧରି ଚାଲିବାକୁ ଥିବା ବେଳେ ରମଜାନ୍ ମାସର ୨୯ ତାରିଖ ରେ ଚନ୍ଦ୍ର ଦର୍ଶନ ପାଇଁ ପ୍ରୟାସ କରାଯାଏ। ଚନ୍ଦ୍ର ଦର୍ଶନ ହେଲେ ଇଦ୍ ପାଳନ ର ଦିନ ସ୍ଥିର ହୋଇଥାଏ। ଏହି ପବିତ୍ର ରମଜାନ୍ ମାସରେ ପୁଣ୍ୟ ଦାନ ଧର୍ମ ସହ ନମାଜ ଓ କୋରାନ ପାଠ କରାଯାଇଥାଏ। ଏଥିପାଇଁ କଟକ ସଦର ଉତ୍ସବ ମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *