ଗରଦପୁର,୨୦/୧୨/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତ୍ତନ ମନ୍ତ୍ରୀ ତଥା ବିଜୁଜନତା ଦଳର ଭୀଷ୍ମ ପିତାମହ, ପାଟକୁରା ର ପୂର୍ବତ୍ତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ଙ୍କ ୮୯ ତମ ଜନ୍ମ ଜୟନ୍ତୀ ରେ ଗରଦପୁର ବ୍ଲକର ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କ ବ୍ଲକ କାର୍ୟ୍ୟାଳୟ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଗରଦପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସମିତି ସଭ୍ୟ ପ୍ରହ୍ଲାଦ ସାହୁ, ବନ୍ତଳା ର ସମିତି ସଭ୍ୟ ବ୍ରଜକିଶୋର ସାହୁ, କଳାବୁଦା ର ପୂର୍ବତନ ସରପଞ୍ଚ ପ୍ରକାଶ ସାହୁ,ଶିବ ନନା,ସମିର ପାଣି, ରଞ୍ଜନ ପାଣି ଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବେଦ ପ୍ରକାଶ ଅଗ୍ରୱାଲଙ୍କ ଗୁଣଗାନ କରିଥିଲେ।
ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ଙ୍କ ୮୯ ତମ ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳୀ
