ହାଇୱା ସହିତ ବାଇକ୍ ର ଧକା , ଗୋଟିଏ ପରିବାରର ୪ ମୃତ

ଢେଙ୍କାନାଳ, ୨୦/୦୫/୨୦୨୪ (ଓଡ଼ିଶା ସମାଚାର)- ଢ଼େଙ୍କାନାଳ ନିହାଲପ୍ରସାଦ ଠାରେ ହାଇୱା ସହିତ ବାଇକ୍ ଧକା । ୪ ମୃତ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ଛୁଆ ଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର । ଖଙ୍କିରା ଗ୍ରାମର ସ୍ୱାମୀ-ସ୍ତ୍ରୀ ତାଙ୍କର ୧୧ ବର୍ଷୀୟ ପୁଅ ଓ ୫ ବର୍ଷୀୟା ଝିଅଙ୍କ ସହ ଏକ ପଲସର ବାଇକ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ। ସାମନା ପଟୁ ଆସୁଥିବା ହାଇୱା ଗାଡି ସାଙ୍ଗେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ନାବାଳକ ଶିଶୁଙ୍କୁ ନିକଟସ୍ଥ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *