କଂସାର-ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୧୬/୧୨/୨୦୨୪ (ଓଡ଼ିଶା ସମାଚାର)- କଂସାର-ସାହାସପୁର ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିତାମାତା ଛାତ୍ରଛାତ୍ରୀଙ୍କର ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷକ ହେଉଛନ୍ତି ଦ୍ୱିତୀୟ ଗୁରୁ । ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ଉଜ୍ଜ୍ୱଳମୟ କରିଥାନ୍ତି । ବିଦ୍ୟାଳୟର ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମୁଖ୍ୟବକ୍ତା ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ସଭାପତି ଡ. ଧରଣୀଧର ନାଥ ତାଙ୍କ ଅଭିଭାଷଣରେ ରାଇଟ ବ୍ରଦର୍ସଙ୍କ ଉଦାହରଣ ଦେଇ କହିଲେ ଇଛାଶକ୍ତି ଥିଲେ ଅସମ୍ଭବକୁ ସମ୍ଭବ କରାଯାଇପାରେ । ରାଇଟ ବ୍ରଦର୍ସ ସାଇକେଲ ମରାମତି ଦୋକାନୀରୁ ଉଡାଜାହଜ ତିଆରି କରିପାରିଥିଲେ । ପ୍ରତ୍ୟେକ ସ୍କୁଲର ପିଲାମାନେ ଏହିଭଳି ଦୃଢ ମନୋବଳ ରଖି କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ପହଂଚି ପାରିବେ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ପ୍ରଧ୍ୟାପିକା ଡ. ବାସନ୍ତୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପୁରାତନ ଛାତ୍ର ସଂସଦ ସଭାପତି ଫକୀର ଚରଣ ଖଟୁଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉସôବକୁ କବୟତ୍ରୀ ବିଣାପାଣୀ ଚୌଧୁରୀ ସଂଚାଳନ କରିଥିଲେ । ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ବିବରଣୀ ପ୍ରଦାନ କରିଥିବା ବେଳେ ନିରଞ୍ଜନ ପରିଡା ଅତିଥି ପରିଚୟ, ଅବସରପ୍ରାପ୍ତ ଏସପି ନିମାଇଁ ଚରଣ ସେଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ପରମାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ପ୍ରଧାନ ଶିକ୍ଷକ ମୁରଲୀଧର ପାତ୍ର, ପୁରାତନ ଛାତ୍ର ପ୍ରଦୁ୍ୟମ୍ନ କୁମାର ଜେନା, ବସନ୍ତ କୁମାର ଓଝା, ପ୍ରଶାନ୍ତ ବେହେରା, ଚନ୍ଦ୍ରମଣୀ ବାରିକ, ଅମୀୟ ସେଠୀ, ସରୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଭା ଶେଷରେ ପ୍ରଜ୍ଞାଶଙ୍କର କମେଡି ଗ୍ରୁପ ହାସ୍ୟରସପୂର୍ଣ୍ଣ କମେଡି ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଖୁବ ହସାଇଥିଲେ । ବିଚିତ୍ର କୁମାର ନାୟକଙ୍କ ଶରଧାବାଲି ଭଜନ ଗ୍ରୁପ୍ ଭଜନ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *