କଟକ ସଦର, ୧୬/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ନିକଟସ୍ଥ ଵାଲିସୁକ୍ରି ଠାରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା ବେଳେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆଇଆଇସି ଦୂର୍ଗେଶ ନନ୍ଦିନୀ ମହାନ୍ତି ଏହାର ମୁଳେ।ତ୍ପାଟନ ପାଇଁ ଅଣ୍ଟା ଭିଡିଛନ୍ତି।ଏହି ପରିପ୍ରେକ୍ଷୀରେ
ଅଳ୍ପଦିନ ତଳେ ଉକ୍ତ ଗ୍ରାମର ନିଶା ଵେପାରୀ ଭଣଜା ନୃସିଂହ ବେହେରା କୁ ବିକ୍ରୀ ପାଇଁ ଥିବା ମଦ ସହ ଗିରଫ କରାଯାଇଥିବା ବେଳେ ଆଜି (ସୋମବାର ଦିନ) ମାମୁଁ ମହେଶ୍ୱର ବେହେରା କୁ ଗିରଫ କରାଯାଇଥିବା ଜଣାପଡିଛି।ଏଥି ସହିତ ମହେଶ୍ବର ଠାରୁ ୧୨ ହଜାର ୬ ଶହ ୧୦ ଟଙ୍କା ସହ ୯ ଲିଟର ୪୬୦ ମିଲିଲିଟର ମଦ ଜବତ ହୋଇଥିବା ଜଣାପଡିଛି।
କିଶନନଗର ଥାନା ନିକଟରୁ ମଦ ଜବତ, ଅଭିଯୁକ୍ତ ଗିରଫ
