ନୟାଗଡ଼ ମହୋତ୍ସବ କୁ ଦାଉ ସାଜିଲା ଅଦିନିଆ ବର୍ଷା

ଚିନିକଳ ପୁନ୍ନଃ ଚାଲୁ କରିବା ନେଇ ପ୍ରତିଶୃତି ଦେଲେ ମୁଖ୍ୟ ମନ୍ତ୍ରୀ ।

ନୟାଗଡ଼,୨୬/୧୨/୨୦୨୪(ଓଡ଼ିଶା ସମାଚାର)- ଚଳିତ ୨୦୨୪ ବର୍ଷ ପାଇଁ  ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ସ୍ଵତନ୍ତ୍ର ଭାବେ ନୂତନ ଓ ଅତ୍ୟାଧୁନିକ ଢାଞ୍ଚାରେ ଚଳିତ ବର୍ଷର ଏହି ମହୋତ୍ସବ କୁ ପ୍ରସ୍ତୁତ କରାଯିବା ପାଇଁ ପୂର୍ବରୁ ପ୍ରସ୍ତୁତି ବୈଠକରେ ନଷ୍ପତ୍ତି ନିଆଯିବା ସହ ଅଧିକ ପରିମାଣର ଷ୍ଟଲ ନିର୍ମାଣ ମଧ୍ୟ କରା ଯାଇଥିଲା ଏବଂ ମୋଟ ୩୦୪ ଗୋଟି ଷ୍ଟଲ ନିର୍ମାଣ କରା ଯଇଥିଲା । ଜିଲ୍ଲା ମଧ୍ୟରୁ ଓ ବାହାରୁ ବହୁ ଦୂର ଦୁରାନ୍ତରୁ ସ୍ଵୟଂ ସହାୟକ ଗୋଷ୍ଠୀ ର ଷ୍ଟଲ, ବୁକ୍ ଷ୍ଟଲ, ଡ୍ରେସ୍ ଷ୍ଟଲ ଆଦି ବହୁ ସଂଖ୍ୟାରେ ଷ୍ଟଲ ଗୁଡ଼ିକ ମଧ୍ୟ ଆସି ଥିଲେ । ପରି ପର୍ଶିକ ରାସ୍ତା ଘାଟ, ପାର୍କିଂ ସ୍ଥାନ ସବୁ କିଛି ଠିକ୍ ଠାକ୍ କର ଯାଇଥିଲା । ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ତେବେ ଏସବୁ କିଛି କୁ ଦାଉ ସାଜିଲା ଅଦିନିଆ ବର୍ଷା।  ଖରାପ ପାଗ ଯୋଗୁଁ ଆକାଶ ପଥରେ ମୁଖ୍ୟମନ୍ତ୍ରୀ ଆସି ନ ପାରିବାରୁ ବିଳମ୍ବରେ ସ୍ଥଳ ପଥରେ ଆସି ପହଞ୍ଚି ଥିଲେ ଏବଂ ଦୀର୍ଘ ସମୟ ଧରି ତାଙ୍କୁ ଅପେକ୍ଷା କରି ରହିଥିବା ଜନତାଙ୍କୁ ଉଦବୋଧନ ଦେଇ ପ୍ରଥମେ ମା ଦକ୍ଷିଣ କାଳୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିଥିଲେ। ଏଠି ସହିତ ନୟାଗଡ଼ ଜିଲ୍ଲା ଏକ ଭାଗ୍ୟବାନ ଜିଲ୍ଲା । କାହିଁକି ନା ଏହି ଜିଲ୍ଲାରୁ ରାଜ୍ୟ ବିଧାନ ସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଏବଂ ବିଶ୍ଵ ବିଖ୍ୟାତ ପଠାଣି ସାମନ୍ତ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ଯଦୁମଣି ଆଦି ଙ୍କ ସ୍ମୃତି ଚରଣ କରିଥିଲେ ।   ସର୍ବୋପରି ନୟାଗଡ଼ ବାସୀ ଙ୍କ ସ୍ବପ୍ନ ଦୀର୍ଘ ଦିନ ଧରି ଅକାମୀ ହୋଇ ପଡ଼ି ରହି ଥିବା ଚିନି କଳ କୁ ପୁନଃ ଚାଲୁ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଉପସ୍ଥିତ ବୁଦ୍ଧିଜୀବୀ, ଜନସାଧାରଣ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ ।  ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ, ସାଂସଦ ଡ. ସମ୍ବିତ ପାତ୍ର, ବିଧାୟକ ନୟାଗଡ଼ ଡ଼. ଅରୁଣ କୁମାର ସାହୁ, ବିଧାୟକ ଦଶପଲ୍ଲା ରମେଶ ବେହେରା, ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ବଳ , ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱୋରି  ସିଂହ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚଷିନ ଥିଲେ। ମହୋତ୍ସବ ମାଗାଜିନ୍ ଆରଣ୍ୟକ କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ।  ସଭା କାର୍ଯ୍ୟ ପରେ ମୁଖ୍ୟ ଅତିଥି ଷ୍ଟଲ ପରିଦର୍ଶନ କରିଥିଲେ ।

ମହୋତ୍ସବ ର ୨ୟ ସନ୍ଧ୍ୟାରେ ବି ଅଦିନିଆ ବର୍ଷା ଦାଉ ସାଧିଲା । ସାରା ଦିନ ଧରି ବର୍ଷା ଲାଗି ରହିଥିବାରୁ ସଭା କାର୍ଯ୍ୟ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଉଭୟ ବାଧାପ୍ରାପ୍ତ ହୋଇଛି। ଦର୍ଶକ ସଂଖ୍ୟା ମଧ୍ୟ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି ।

Leave a Reply

Your email address will not be published. Required fields are marked *