ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୨୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ

ବାରିପଦା, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘାଟିରେ ପୋଲିସ ଭ୍ୟାନ୍ ର ବ୍ରେକ୍ ଫେଲ ହୋଇଯିବାରୁ ଏକ କଂଟେନର ସହିତ ଧକା ହୋଇଥିଲା । ଫଳରେ ୨୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଭ୍ୟାନ୍ ଟି କରଂଜିଆରୁ ବାରିପଦା ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ମାନଙ୍କୁ ବାରିପଦା ହସପିଟାଲ ରେ ଭର୍ତି କରାଯାଇଛି । ଭ୍ୟାନ୍ ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Leave a Reply

Your email address will not be published. Required fields are marked *