ଟ୍ରେନ୍ ଚକାତଳେ ଇଂଜିନିୟରିଂ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ 

କଟକ ସଦର , ୨୭/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର ରେଲୱେ ଷ୍ଟେସନ ନିକଟରେ କଟକ ପାରାଦୀପ ଯାତ୍ରୀବାହୀ ରେଳ ଚକାତଳେ ଆଜି ଶୁକ୍ରବାର ସଂଧ୍ୟାରେ ଜନୈକ ଇଂଜିନିୟରିଂ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର  ସୈ।ମ୍ୟରଞ୍ଜନ ସାହୁ (୨୨) ଯିଏକି ଭୁବନେଶ୍ଵର ଓଡ଼ିଶା ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ର ବି ଟେକ୍ ସିଭିଲ ଇଂଜିନିୟରିଂ ଛାତ୍ର ଘରକୁ ଫେରିବା ସମୟରେ କନ୍ଦରପୁର ରେଲୱେ ଷ୍ଟେସନ ନିକଟରେ ଦୂର୍ଘଟଣା ର ଶୀକାର ହୋଇଥିଲେ। ମୃତକ ଛାତ୍ର ଙ୍କ ଠାରୁ ମିଳିଥିବା ପରିଚୟ ପତ୍ରରୁ ତାଙ୍କୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ଖଵର ଦିଆଯାଇ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *