କାଠଯୋଡ଼ି ନଦୀରୁ ଉଦ୍ଧାର ହେଲା ଆଉଜଣେ ମହିଳାଙ୍କ ମୃତଦେହ

କଟକ ସଦର,୦୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛି ଦିନ ହେଲା କୋଠଯୋଡି ନଦୀରୁ ଉଦ୍ଧାର ହୋଇଥିବା ଦୁଇ ଅପରିଚିତା ମହିଳାଙ୍କ ମୃତ ଦେହର ପରିଚୟ ଓ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଆଜି ଗୁରୁବାର ଦିନ ପୁଣି ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ଆଜି ଗୁରୁବାର ସକାଳେ କଟକ କମିଶନରେଟ ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ନେତାଜୀ ସୁବାଷ ବୋଷ ସେତୁ ନିକଟରେ କାଠଯୋଡ଼ି ରୁ ପୋଲିସ ଓ ଅଗ୍ନିଶମ ବାହିନୀ ଜନୈକା ମହିଳାଙ୍କ ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି।

ଏହା ହତ୍ୟା ନାଁ ଆତ୍ମହତ୍ୟା ଓ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ସେତୁ ଉପରେ ମହିଳାଙ୍କ ର ଏକ ବ୍ୟାଗ୍ ଓ ଚପଲ ମିଳିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବାରଙ୍ଗ ଥାନା ଓ ପୁରୀଘାଟ ଥାନା ଅଞ୍ଚଳରୁ ଦୁଇଟି ଅପରିଚିତ ମହିଳାଙ୍କ ଶବ ମିଳିଥିବା ବେଳେ ଏହା ତୃତୀୟ ଶବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *