ଗରଦପୁର,୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ପରିସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ନିଯୁକ୍ତି ଭିତିକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।
ଉକ୍ତ ଶିବିରରେ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା,ବନ୍ତଳା ସମିତି ସଭ୍ୟ ବ୍ରଜ କିଶୋର ସାହୁ,ବିଏଲସି ସନ୍ଧ୍ୟା ସାଗରିକା ପଣ୍ଡା, ଜିଲା ପ୍ରଶାସନ, ମୋଟ୍ ଆଠ ଗୋଟି ପିଆଇଏ ଉପସ୍ଥିତ ରହି
ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଶିବିରରେ ମୋଟ୍ ୨୩୯ ଜଣ ଆବେଦନ କରିଥିବାବେଳେ ୧୦୭ ଜଣଙ୍କୁ ବିଭିନ୍ନ ବିଭାଗରେ ମନୋନୀତ କରାଯାଇଥିଲା । ଶିବିରରେ ବ୍ଲକ୍ ର ବିଭିନ୍ନ ପଂଚାୟତରୁ ଆସିଥିବା ଗୋଷ୍ଠି ସହାୟିକା (ସିଆରପି) ମାନେ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ ।
ବ୍ଲକ୍ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
