ଯାଜପୁର , ୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ବରୀ ବ୍ଲକ ରେ ନୂତନ କରି ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ ବୁଦ୍ଧଦେବ ମେମୋରିଆଲ ଟ୍ରଷ୍ଟ ରବିବାର ଅପରାହ୍ନରେ ବରୀ ରମାଦେବୀ ବାଳିକା ବିଦ୍ୟାଳୟ ଖେଳପଡିଆ ପରିସରରେ ବଂଧୁମିଳନ ସହ ସାଂଗଠନିକ ବୈଠକ ମାଧ୍ୟମରେ ଆଗାମୀ ଦିନର ସେବା କାର୍ଯ୍ୟ ବିଷୟରେ ଆଲୋଚନା କରିଛି ।

ଅନୁଷ୍ଠାନ ର ପ୍ରତିଷ୍ଠାତା ସମାଜସେବୀ ଅଟଳ ବିହାରୀ ଜେନା , ଶିକ୍ଷାବିତ ସୁଧୀର ଭଞ୍ଜ ,ହିମାଂଶୁ ଜେନା , ସାମ୍ବାଦିକ ସଂଯତ କୁମାର ମହାନ୍ତି , ବିଶିଷ୍ଟ ଗୋ ସେବକ ସାମାଜିକ କର୍ମୀ ବିବେକାନନ୍ଦ ନାଥ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ସମ୍ଭଧରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ସମ୍ପାଦକ ଏସ ପୃର୍ଥୀରାଜ ଓ ବିବେକାନନ୍ଦ ନାଥ ସଭା ପରିଚାଳନା କରୁଥିଲେ । ସୂଚନା ଅନୁଯାୟୀ ଏହି ଟ୍ରଷ୍ଟ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ନିକଟତର ହୋଇ ସାହାଯ୍ୟର ହାତ ବଢ଼ାଇ ବେଶ ପ୍ରଶଂସନୀୟ ହୋଇ ପ୍ରତିଟି ଲୋକଙ୍କ ହକ କୁ ବ୍ଲକ , ଜିଲା ପ୍ରଶାସନ , ମେଡିକାଲ କେସ ରେ ଟ୍ରଷ୍ଟ ସର୍ବଦା କାର୍ୟ୍ୟ କରିବ ବୋଲି ପ୍ରତିଷ୍ଠାତା ଶ୍ରୀ ଜେନା ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ରତ୍ନଗିରି ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଅଂଚଳ ରୁ ବହୁ ବୁଦ୍ଧିଜୀବୀ ଓ ଟ୍ରଷ୍ଟ କର୍ମକର୍ତା ଉପସ୍ଥିତ ରହି ଆଗାମୀ ଦିନରେ ଟ୍ରଷ୍ଟ ସହ ଯୋଡି ରହି ସେବା କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ସ୍ୱୀକୃତି ଦେଇଥିଲେ । ଶେଷରେ ସମସ୍ତ ସଦସ୍ୟ ଅତିଥି ମାନେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଅଟଳ ବିହାରୀ ଜେନା ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିଥିଲେ।
