ହିନ୍ଦୋଳ ଏନଏସି ରେ ବିଜୁଜନତାଦଳ ତରଫରୁ ରକ୍ତଦାନ ଶିବିର

ହିନ୍ଦୋଳ ୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜୁଜନତା ଦଳର ଏକ ରକ୍ତଦାନ ଶିବିର ସ୍ଥାନୀୟ ଏନଏସି ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ନେତୃତ୍ୱରେ ଜୀବନବିନ୍ଦୁରଓ ଯୁବ ବିଜୁ ଓ ଛାତ୍ର ବିଜେଡି ସହଯୋଗରେ ନୂଆ-ଓ  ଯୁବଓଡିଶା -ନବୀନ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ବିଧାୟିକା ଉଦଘାଟନ କରିଥିଲେ । ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନଙ୍କୁ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଉପାଧ୍ୟାକ୍ଷା ପ୍ରତିମା ରାଉତ, ନଗର ବିଜେଡି ସଭାପତି ଗୋବିନ୍ଦ ବେହେରା, ଢେଙ୍କାନାଳ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ତପନ ପରିଡା, ସୁଶାନ୍ତ ଭୂତିଆ, କାଉନସିଲର ସୌମିତ୍ର ବେହେରା ୱାର୍ଡ -୧, ସୁଶାନ୍ତ ନାୟକ ୱାର୍ଡ -୨, ବନିତା ଦାସ ୱାର୍ଡ -୩, ରିତାରାଣୀ ବେହେରା ୱାର୍ଡ -୪, ବିଷ୍ଣୁପ୍ରିୟା ନାଏକ ୱାର୍ଡ -୭,ଏନଏସି ଯୁବବିଜେଡି ସଭାପତି ରୁଦ୍ରନାରାୟଣ ପ୍ରସାଦ ଦାସ, ଶୁଭଲଷ୍ମୀ ଦେହୁରୀ ୱାର୍ଡ ୱାର୍ଡ -୧୧, ସୁମତି ଦେହୁରୀ ୱାର୍ଡ -୧୪, ଅନୁପମା ସାହୁ ୱାର୍ଡ -୧୫, ବିଜୟ ପ୍ରଧାନ ୱାର୍ଡ -୧୬, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ବ୍ଲକବିଜେଡି କାର୍ୟ୍ୟକାରୀ ସଭାପତି କେଶବ ସାମଲ, ଆତ୍ମା ଅଧ୍ୟକ୍ଷ ପ୍ରଦୀପ ସାହୁ, ବ୍ଲକ ଯୁବବିଜେଡି ସଭାପତି ଦୁଃଖବନ୍ଧୁ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସୁମନ୍ତ ଦେହୁରୀ, ବ୍ଲକ ଛାତ୍ର ସଭାପତି ପରେଶ ରାଉତ,ଏନଏସି ଛାତ୍ର ସଭାପତି ଶ୍ୟାମଳ ଜେନା, ବିଜେଡି କର୍ମୀ ଏନଏସି ଯୁବଉପସଭାପତି ବିଜୟ ବେହେରା, ସୁଜିତ ବେହେରା, କୈଳାଶ ବେହେରା, ଦେବାର୍ଚ୍ଚନ ଦେହୁରୀ, ଶ୍ରୀକାନ୍ତ ମହାପାତ୍ର, କୁନା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ନାଠି, ଯୁବବିଜେଡି ନଗରଉପସଭାପତି ବାବୁଲି ସାହୁ, ପ୍ରମିଳ ବେହେରା, ବିକୁନ ବେହେରା, ପପୁନ, ରିପୁନ, ପପୁ ପ୍ରଧାନ, ଚିନ୍ମୟ ଦାସ, ରାମଚନ୍ଦ୍ର ଅଚର୍ୟ୍ୟ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିବା ସହ ରକ୍ତଦାନ କରିଥିଲେ!ସର୍ବମୋଟ ୧୧୭  ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏବଂ ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ମାନେ ଏଥିରେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *