ବିଜୁଳି କମ୍ପାନୀମାନଙ୍କର ପ୍ରସ୍ତାବିତ ଶୁଳ୍କ ବୃଦ୍ଧି, ବୋଝ ଉପରେ ନଳିତା ବିଡ଼ା – ସମାଜବାଦୀ ପାର୍ଟିର ବିରୋଧ

ଭୁବନେଶ୍ୱର,୧୬/୧୨/୨୦୨୩(ଓଡ଼ିଶା ସମାଚାର)-ରାଜ୍ୟର ବିଭିନ୍ନ ବିଜୁଳି କମ୍ପାନୀମାନଙ୍କର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରସ୍ତାବିତ ବିଜୁଳି ଶୁଳ୍କ ବୃଦ୍ଧିକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ବିରୋଧ କରିଛି  । ଆଜି ବିଭିନ୍ନ ଗଚ୍ଚମାଧ୍ୟମରେ ପ୍ରକାଶ ପାଇଛି ଯେ, ଗ୍ରୀଡ୍କୋ, ଓପିଜିସି, ଓପିଟିସିଏଲ୍ ସମେତ ବିଭିନ୍ନ ଘରୋଇ ବିଜୁଳି କମ୍ପାନୀମାନେ ଓଇଆରସି ନିକଟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପାଇଁ ଅନୁମତି ମାଗିଛନ୍ତି  । ବିଜୁଳି କମ୍ପାନୀମାନଙ୍କର ଏହି ପ୍ରସ୍ତାବିତ ଶୁଳ୍କ ବୃଦ୍ଧିକୁ ସମାଜବାଦୀ ପାର୍ଟି ଘୋର ବିରୋଧ କରୁଛି  । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ଯେ, ସମଗ୍ର ଭାରତ ବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ବିଦୁ୍ୟତ୍ ସଂସ୍କାରକୁ ଆପଣେଇ ଥିଲା  । ଆଜିକୁ ୨୮ ବର୍ଷ ତଳେ ଆରମ୍ଭ ହୋଇଥିବା ବିଦୁ୍ୟତ୍ ସଂସ୍କାର ସମୟରେ ସେତେବେଳର ଓଡ଼ିଶାର ୧୦ଲକ୍ଷ ବିଜୁଳି ଗ୍ରାହକଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯିବ  । କିନ୍ତୁ ବିଡ଼ମ୍ବନାର ବିଷୟ, ଦୀର୍ଘ ୨୮ ବର୍ଷର ବିଜୁଳି ସଂସ୍କାର ପରେ ମଧ୍ୟ ଓଡ଼ିଶାରେ ବିଜୁଳି ଶସ୍ତା ହେଲା ନାହିଁ କିମ୍ବା ସହଜ, ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ହୋଇପାରିଲା ନାହିଁ । ଆଜି ମଧ୍ୟ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ପାୱାର ଟି୍ରପ୍ ଓ ପାୱାର କଟ୍ ଅବ୍ୟାହତ ରହିଛି  । ଗ୍ରାମାଂଚଳରେ ପାୱାରକଟ କଥା ନକହିବା ଭଲ  । ବିଜୁଳି କମ୍ପାନୀମାନଙ୍କର ମନମାନି ଯୋଗୁଁ ଆଜି ରାଜ୍ୟର ପାଖାପାଖି ୧ କୋଟି ବିଜୁଳି ଉପଭୋକ୍ତା ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି ଏବଂ ପ୍ରତିବର୍ଷ ବିଜୁଳି ଶୁଳ୍କ ସାଙ୍ଗକୁ ଆସୁଙ୍ଗିକ ବିଦୁ୍ୟତ୍ ଭିତିଭୂମିର ଦେୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷତଃ ଟାଟା କମ୍ପାନୀ ଓଡ଼ିଶାର ବିଜୁଳି ବ୍ୟବସ୍ଥା ଭାର ହାତକୁ ନେବାପରେ ବିଦୁ୍ୟତ୍ ଉପଭୋକ୍ତାମାନଙ୍କର ଦୁର୍ଦ୍ଧଶା ବହୁଗୁଣିତ ହୋଇଯାଇଛି  । ରାଜ୍ୟର ୧ କୋଟି ବିଦୁ୍ୟତ୍ ଉପଭୋକ୍ତା ଏହି ଦୁର୍ଦ୍ଧଶାକୁ ବିଗତ ଗ୍ରୀଷ୍ମଋତୁ ସମୟରେ  ଅଙ୍ଗେ ନିଭାଇଛନ୍ତି  । ଓଡ଼ିଶାର କୋଇଲା, ଓଡ଼ିଶାର ପାଣିରେ ଉତ୍ପାଦିତ ହେଉଥିବା ବିଜୁଳି ଯୋଗୁଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ର, ତାମିଲ୍ନାଡୁ ପ୍ରଭୃତି ରାଜ୍ୟରେ ବିଜୁଳି ଜଳୁଥିବା ବେଳେଳ ଓଡ଼ିଶାବାସୀ ପାୱାର ଟି୍ରପ୍ ଓ ପାୱାରକଟ୍ର ସମ୍ମୁଖୀନ ହେଉଛନ୍ତି  । ଆମଠାରୁ  ବିଜୁଳି ନେଇ ଏହି ରାଜ୍ୟର ସରକାରମାନେ ତାଙ୍କ ଖାଉଟି ମାନଙ୍କୁ ଶସ୍ତାରେ ବିଜୁଳି ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ବିଜୁଳି କିନ୍ତୁ ମହଙ୍ଗା ହେବାରେ ଲାଗିଛି, ଏଭଳି କରୋନା ସମୟରେ ୨୦୨୦-୨୧ ମସିହାରେ ବିଜୁଳି ଶୁଳ୍କ ଥରେ ୟୁନିଟ୍ ପିଛା ୨୦ ପଇସା ଓ ଆଉଥରେ ୟୁନିଟ୍ ପିଛା ୩୦ ପଇସା ଏଭଳି ମୋଟ୍ରେ ୫୦ ପଇସାକୁ ବୃଦ୍ଧି କରାଗଲା  । ଫଳରେ ୟୁନିଟ୍ ପିଛା ୨ ଟଙ୍କା ୫୦ ପଇସା ଦେଉଥିବା ଓଡ଼ିଶାର ଗ୍ରାହକମଳନଙ୍କୁ ସ୍ଲାବ ଅନୁଯାୟୀ ଘ.୩.୦୦, ଘ.୪.୨୦ ଏବଂ ଘ.୫.୮୦ ପଇସା ମଧ୍ୟ ଦେବାକୁ ପଡ଼ିଲା  । ତା’ ସାଙ୍ଗକୁ ଘନ ଘନପାୱାରକଟ୍ ଯୋଗୁଁ ଲୋକଙ୍କ ଦୁର୍ଦ୍ଧଶା ଜମ ଯନ୍ତ୍ରଣାଠାରୁ ବଳିଗଲା  । ଗ୍ରାହକମାନଙ୍କ ଦୁର୍ଦ୍ଧଶାକୁ ଅଣଦେଖା କରି ବିଜୁଳ କମ୍ପାନୀମାନେ ପୁଣି ଥରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବିଜୁଳି ଶୁଳ୍କ ବୃଦ୍ଧି କରିବାକୁ ଓ.ଇ.ଆର.ସି. ନିକଟରେ ପ୍ରସ୍ତାବ ରଖିଛନ୍ତି  । ଆଜି ବିଭିନ୍ନ ଖବର କାଗଜରେ କମ୍ପାନୀମାନଙ୍କର ଏହି ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରକାଶିତ ହୋଇଛି  । ଓ.ଇ.ଆର.ସି. କର୍ତୃପକ୍ଷ ଉକ୍ତ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରିବା ସହିତ ଏହାକୁ ବିଚାର କରିବା ଏହି ପ୍ରସ୍ତାବିତ ଶୁଳ୍କ ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ବୋଲି ଶ୍ରୀ ବେହେରା ପ୍ରକାଶ କରିବା ସହିତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି  । ଏଠାରେ ଉଲ୍ଲେଖଥାଉକି, ଭାରତ ସରକାରଙ୍କ ଶକ୍ତି ବିଭାଗ ଅଥ ନିଗମ (ପାୱାର ଫାଇାନାନ୍ସ କର୍ପୋରେସ) ତାଙ୍କର ବିଗତ ବାର୍ଷିକ ବିବରଣୀରେ ପ୍ରକାଶ କରିଛନ୍ତି ଯେ, ସମଗ୍ର ଭାରତ ବର୍ଷରେ ବିଦୁ୍ୟତ୍ ଗ୍ରାହକମାନେ ମୁଣ୍ଡ ପିଛା ୫ ଟଙ୍କା ୮ ପଇସା ଦେଉଥିବା ବେଳେ ଓଡ଼ିଶାରେ ବିଜୁଳି କମ୍ପାନୀମାନେ ଗ୍ରାହକଙ୍କ ଠାରୁ ହାରାହାରି ଘ.୫.୯୮ ପଇସା ଅର୍ଥାତ୍ ୟୁନିଟ୍ ପିଛା ୯୦ ପଇସା ଅଧିକ ଆଦାୟ କରିଛନ୍ତି  । ଏହିଭଳି ଭାବରେ ବିଗତ ବର୍ଷମାନଙ୍କରେ ଓଡ଼ିଶାରୁ ୨୭୨୭ କୋଟି ବାର୍ଷିକ ହିସାବରେ ପାଖାପାଖି ୫ କୋଟି ଟଙ୍କା ଗ୍ରାହକମାନଙ୍କଠାରୁ ଲୁଟିନେଇଛନ୍ତି  । ଏହି ଲୁଟ୍ କମ୍ପାନୀମାନେ ବିଜୁଳି କମ୍ପାନୀମାନେ ତୁରନ୍ ଫେରାଇବାକୁ ଶ୍ରୀ ବେହେରା ଦାବି କରିଛନ୍ତି  । ବିଜୁଳି କମ୍ପାନୀମାନେ ଏହି ଲୁଟ୍ ଟଙ୍କାକୁ ଗ୍ରାହକମାନଙ୍କୁ ନ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କର ଶୁଳ୍କ ବୃଦ୍ଧି ପ୍ରସ୍ତାବ ସଂକ୍ରାନ୍ତ ଦରଖାସ୍ତକୁ ବିଚାରୁ ନ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛନ୍ତି । ଯଦି ଓଇଆରସି କର୍ତୃପକ୍ଷ ଏଥିପ୍ରତି ଆଖି ବୁଜି ଦିଅନ୍ତି, ତାହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଏଥିପାଇଁ କମ୍ପାନୀମାନଙ୍କୁ ବାଧ୍ୟ କରିବେ ବୋଲି ଶ୍ରୀ  ବେହେରା ଓଇଆରସି କର୍ତୃପକ୍ଷଙ୍କୁ ସତର୍କ କରାଇ ଦେଇଛନ୍ତି ।

-୦-

Leave a Reply

Your email address will not be published. Required fields are marked *