ଯୁବ ସମାଜସେବୀ ରଂଜିତ ନାଟିଆଙ୍କୁ ଶ୍ରଦ୍ଧାଞ୍ଜଳି

କଟକ ସଦର,୩୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ମହାନଗର ନିଗମ ୫୧ ନମ୍ଵର ୱ।ର୍ଡ ତିନିଘରିଆର ଯୁବ ସମାଜସେବୀ ସିପୁ ଓରଫ ରଞ୍ଜିତ କୁମାର ନାଟିଆଙ୍କର ଗତ ୨୧ ତାରିଖ ରାତିରେ ଗଣେଶ ମୂର୍ତି ବିସର୍ଜନ ବେଳେ ଅସାବଧାନତା ଯୋଗୁଁ ତାଳଦଣ୍ଡା କେନାଲରେ ଭାସିଯାଇ ଅକାଳ ମୃତ୍ୟୁ ହୋଇଥିଲା।ତାଙ୍କର ଆଜି ବୁଧବାର ଏକାଦଶାହରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବ୍ୟକ୍ତିବିଶେଷଙ୍କ ସମେତ ରାଜ୍ୟ ବିଜେଡି ନେତା ଆରତ ରଞ୍ଜନ ବିଶ୍ୱାଳ, ବିଜେଡ଼ି ସଂଗଠକ ନୀଳମାଧବ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ସିପୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *