ବିଡିଓଙ୍କ ଟେଲିଫୋନ୍ ନ ଉଠାଇବାରୁ ସହକାରୀ ଯନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍

 ବିଜେପି ନେତା ଓ କର୍ମୀଙ୍କ ବିଡିଓଙ୍କ କାର୍ଯ୍ୟାଳୟରେ ୬ଘଂଟା ଧରି ଅପେକ୍ଷା ପରେ ମଧ୍ୟ ସହକାରୀ ଯନ୍ତ୍ରୀ ଆସିଲେ ନାହିଁ

ରଘୁନାଥପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତରେ ଅନିୟମିତତା ଓ ବେନିୟମ କାର୍ଯ୍ୟ ନେଇ ଆଜି ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚି ୬ଘଂଟା ଅପେକ୍ଷା ପରେ ମଧ୍ୟ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ବେହେରା ଆସିଲେ ନାହିଁ । ରଘୁନାଥପୁର ବିଡିଓ ବିରଂଚି ନାରାୟଣ ବେହେରା ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଟେଲିଫୋନ୍ କରି ଡକାଇଲେ ମଧ୍ୟ ସେ ଟେଲିଫୋନ ଉଠାଇ ନଥିଲେ ।

ତାଙ୍କ ବିରୁଦ୍ଧରେ ବିଡିଓ କାରଣଦର୍ଶାଅ ନୋଟିସ୍ ଜାରି କରିବା ସହିତ ତାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ୩ଦିନ ମଧ୍ୟରେ ଲିଖିତ ଭାବେ ଜଣାଇବାକୁ ବିଡିଓ ତାଙ୍କୁ ଚିଠିରେ ଦର୍ଶାଇଛନ୍ତି । ଏହାର ଏକକିତା ନକଲ ଜଗତସିଂହପୁର ଜିଲାପାଳ ଓ ଜଗତସିଂହପୁର ଜିଲା କାର୍ଯ୍ୟ ମୁଖ୍ୟ ଅଧିକାରୀ ଜିଲା ପରିଷଦଙ୍କୁ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ଆଜି ଦିନ ୧୧ଟା ସମୟରେ ବିଜେପି ନେତା ଶ୍ରୀ ବେହେରା ତାଙ୍କର ସମର୍ଥକମାନଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ବିଡିଓ ଜଗତ୍ସିଂହପୁର ଯାଇଥିବାରୁ ସେମାନେ ତାଙ୍କ ଫେରିବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟରେ ବସି ରହିଥିଲେ ।

ବିଡିଓ ଦିନ ୧ଟା ୩୦ମିନିଟ୍ ସମୟରେ ବ୍ଲକ କାର୍ଯ୍ୟାଳୟରେ ପହଂଚି ସେମାନଙ୍କର ଆପତି ଅଭିଯୋଗ ଶୁଣିବା ପରେ ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଟେଲିଫୋନ୍ କରି ଡକାଇଥିଲେ ମଧ୍ୟ ସେ ଟେଲିଫୋନ ଉଠାଇନଥିଲେ । ବିଜେପି ନେତା ଓ କର୍ମୀମାନେ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କ ବିରୁଦ୍ଧରେ କାରଣଦର୍ଶାଅ ନୋଟିସ୍ ଜାରି ନ କଲେ ସେମାନେ ଏଠାରୁ ଯିବେ ନାହିଁ ବୋଲି ବିଡିଓଙ୍କୁ କହିଥିଲେ । ବିଡିଓ ଶ୍ରୀ ବେହେରା ସହକାରି ଯନ୍ତ୍ରୀଙ୍କ ବିରୁଦ୍ଧରେ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ବିଜେପି ନେତାଙ୍କ ସହିତ ଆଜି ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ଉପସଭାପତି ସୁବାସ ଜେନା, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଶୋକ ମହାରଣା, ଓବିସି ମୋର୍ଚ୍ଚା ଜିଲା ସଭାପତି ସୁବୋଧ ବାରିକ, ପୂର୍ବତନ ଜିଲା ପରିଷଦ ସରୋଜ କାନ୍ତ ସ୍ୱାଇଁ, ମଣ୍ଡଳ ସଭାପତି ସ୍ୱରାଜ ସାମଲ, ମଣ୍ଡଳ ସଭାପତି ବନୋଜ ନାୟକ, ପୂର୍ବତନ ସରପଂଚ ସରୋଜ କୁମାର ଦାସ, ପୂର୍ବତନ ସରପଂଚ  ଶେଷଦେବ ସେଠୀ, ସୁକାନ୍ତ ରାଉତ, ନିର୍ମଳ ମହାପାତ୍ର, ସୁକାନ୍ତ କୁମାର ସ୍ୱାଇଁ, ଅଶୋକ ନାୟକ, ସୁଶାନ୍ତ ମହାନ୍ତି, ଶୁଭେନ୍ଦୁ ଦାସ, ପ୍ରଭାତ ପଣ୍ଡା, ବଳରାମ ଦଳାଇ, ପ୍ରକାଶ ଦଳାଇ, ଅମୂଲ୍ୟ ମଲ୍ଲିକ, ଆଶିଷ ଗୋସ୍ୱାମୀ, ସଚ୍ଚିକାନ୍ତ ବାରିକ ପ୍ରମୁଖ ଶତାଧିକ ବିଜେପି କର୍ମୀମାନେ ବିଡିଓଙ୍କ କାର୍ଯ୍ୟାଳୟରେ ୬ଘଂଟା ଧରି ଅପେକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *