ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୦୭/୧୧/୨୦୨୪ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ବର ର ପଟିଆ ସ୍ଥିତ ଏକ ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ସେ ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ । ମୃତ ଛାତ୍ରୀଙ୍କ ନାଁ କଲ୍ୟାଣୀ ସାହୁ, ଘର କଟକ ଜିଲ୍ଲା ସାଲେପୁର ଅଂଚଳରେ । ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି ।  ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *