କଟକ ରେ ଅଘଟଣ: କାଠଯୋଡି ନଦୀରେ ବୁଡ଼ି ଗଲେ ରାଜ୍ୟ ଵାହାରର ଦୁଇ ଯୁବ ଇଂଜିନିୟର, ଜଣେ ମୃତ, ଜଣେ ନିଖୋଜ 

କଟକ ସଦର ୧୮/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ରବିବାର ଅପରାହ୍ନରେ କଟକ ସିଡିଏ ୧୧ ନିକଟ କାଠଯୋଡି ନଦୀରେ ବୁଡ଼ି ରାଜ୍ୟ ଵାହାର ମହାରାଷ୍ଟ୍ରର ଦୁଇ ଯୁବ ଇଂଜିନିୟର ବୁଡି ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ଓ ଅନ୍ୟ ଜଣେ ନିଖୋଜ ଥିବା ଜଣାଯାଇଛି।

ପ୍ରକାଶ ଯେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଚାରିଜଣ ଇଂଜିନିୟର ସାଙ୍ଗ ସିଡିଏସ୍ଥିତ ବୀରେନ୍‌ ମିତ୍ର ପାର୍କ ନିକଟ କାଠଯୋଡି କୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣ ଉପରେ ରହିଥିବା ଏଵଂ ଅନ୍ୟ ଦୁଇଜଣ ଗାଧୋଇବାକୁ ନଦୀ ଭିତରକୁ ଯାଇଥିଲେ। ହେଲେ ଏମାନେ ବାହାର ରାଜ୍ୟର ହୋଇଥିବା ରୁ ନଦୀ ପାଣିର ଗଭୀରତା ବିଷୟରେ ଜାଣିପାରି ନଥିଲେ। ରାତି ହୋଇଯାଇଥିଵାରୁ ନିଖୋଜ ଇଞ୍ଜିନିୟରଙ୍କ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି। ଏମାନେ କଟକ ଏସସିବିର ନିର୍ମାଣାଧୀନ କାମରେ ନିୟୋଜିତ ଥିଲେ।

Leave a Reply

Your email address will not be published. Required fields are marked *