କଟକ ସଦର,୦୭/୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃତ୍ଵ ଙ୍କ ପରାମର୍ଶ କ୍ରମେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଝାଡ଼ଖଣ୍ଡ ରାଜ୍ୟକୁ ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ଜଣାପଡିଛି।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ଵାରକଠା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଚାକ ମଣ୍ଡଳରେ ବିଜେପି ଅନୁସୂଚିତ ଜାତି ମୋର୍ଚାର ପଦାଧିକାରୀଙ୍କୁ ନେଇ ଏକ ବୈଠକ କରି ବିଧାୟକ ପ୍ରାର୍ଥୀଙ୍କୁ କିପରି ଅଧିକରୁ ଅଧିକ ଭୋଟ ମିଳିପାରିବ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ। ଆସନ୍ତା ୧୦ ତାରିଖ ରେ ବିଧାୟକ ଇଂ ସେଠୀ ଝାଡ଼ଖଣ୍ଡରୁ ପ୍ରଚାର କାର୍ଯ୍ୟକ୍ରମ ସାରି ଓଡ଼ିଶା ଫେରିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।