କଟକ ସଦର,୦୭/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତ ନଭେମ୍ବର ମାସ ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରା ମହୋତ୍ସବ-୨୦୨୪ ରେ ଯୋଗ ଦେଇ ଶୁଭାରମ୍ଭ କରିବାକୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଇସେହେଵ୍ ସିନ୍ଦେ ନିମନ୍ତ୍ରଣ ପତ୍ର ପ୍ରଦାନ କରି ନିମନ୍ତ୍ରଣ କରିଥିବା ଜଣାଯାଇଛି। ଏଥିସହିତ ମୂଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଦେଓ ରଂଜନ ସିଂ ଙ୍କୁ ମଧ୍ୟ ଯୋଗ ଦେବାକୁ ଜିଲ୍ଲାପାଳ ନିମନ୍ତ୍ରଣ କରିଛନ୍ତି। ସେହିପରି ତିର୍ତ୍ତୋଲ ଗୋପିଆକୁଦରେ ଅନୁଷ୍ଠିତ ହେଉଥିବା ଚେଳିତୋଳ ବାଲିଯାତ୍ରାର ଶୁଭାରମ୍ଭ ପାଇଁ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିମନ୍ତ୍ରଣ କରିଥିବା ଜଣାପଡିଛି।