ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ୍

ସୋର,୯/୭/୨୦୨୪ (ଓଡ଼ିଶା ସମାଚାର)- ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଜିଲା ସୋରରେ ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ ହେଇଛି । କୁପାରୀ ଆଗରପଡା ରାସ୍ତା ବର୍ତନା ବ୍ୟାଙ୍କ ନିକଟରୁ ଏହି ଲୁଟ୍ ହୋଇଛି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଦୁର୍ବୃତମାନେ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ବ୍ୟାଗ୍ ନେଇ ବ୍ୟାଙ୍କରେ ଡ଼ିପୋଜିଟ କରିବାକୁ ଯାଉଥିଲେ। ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ ଭୟଭିତ କରିବା ପାଇଁ ଗୁଳି ଚାଳନା କରି ଟଙ୍କା ବ୍ୟାଗ୍ ଲୁଟ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *