ରାଉରକେଲା,୦୪/୧୧/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼। ବିଶ୍ରା ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ମହତାବ ରୋଡ୍ର ଆବେଶ ରାୟ ନାମକ ଯୁବକ ଚାଲି ଚାଲି ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପଛ ପଟୁ ଗୁଳିମାଡ଼ କରିଥିଲେ । ଗୁଳି ତାଙ୍କ ପିଠିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆରଜିଏଚ୍ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ୍ ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆଜି ସକାଳ ସାଢେ ୯ଟା ସମୟରେ ତିନିରୁ ଅଧିକ ଦୁର୍ବୃତ୍ତ ଟ୍ରାଫିକ ମାର୍କେଟରେ ଆଭେଦ ରାୟ ନାମକ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ । ଗୁଳି ତାଙ୍କ ପିଠିରେ ଲାଗିଛି। ଗୁଳିମାଡ଼ ରେ ଆହତ ଯୁବକ ହେଉଛନ୍ତି ଅଟୋ ଚାଳକ ଅବେଶ ରାୟ (୪୦ )। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଡିଏସ୍ପି ଜୋନ୍ ୨ ନିର୍ମଳ ମହାପାତ୍ର ଓ ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରୁଛନ୍ତି। ତାଙ୍କର ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ଅନୁମାନ କରାଯାଇଛି। ଯୁବକଙ୍କ ସହ ୨ ରୁ ୩ ଦୁର୍ବୃତ୍ତଙ୍କ ବଚସା ପରେ ଗୁଳିମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପ୍ରାୟ ୧୫ବର୍ଷ ପୂର୍ବେ ଅବେଶ ଏକ ଡବଲ ମର୍ଡର କେସ୍ରେ ଜେଲ୍ ଦଣ୍ଡ ଭୋଗି ସାରିଥିବା ଜଣାପଡ଼ିଛି । କିଛି ମାସ ତଳେ ଜାମିନରେ ସେ ଜେଲରୁ ବାହାରିଥିଲେ । ସାଗର ରାୟ ଓ ତାର ସହଯୋଗୀ ଗୁଳିମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପ୍ରଥମେ ଆଭେଦଙ୍କ ସହ ଦୁର୍ବୃତ୍ତଙ୍କ ସହ ବଚସା ହୋଇଥିଲା । ତିନି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ଆଭେଦକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛନ୍ତି । ପ୍ଲାଣ୍ଟସାଇଟ ପୁଲିସ, ଡ଼ିଏସପି, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଘଟଣାସ୍ଥଳରୁ ପୁଲିସ ଦୁଇଟି ଖୋକା ଜବତ ହୋଇଛି ।