ହେଲ୍ଥ କାର୍ଡ ପାଇଁ ଦାବି କଲେ ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ଓ ଓଡିଶା ପୋଲିସ ସଂଘ
କଟକ,୧୭/୧୧/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ)–”ଆମେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ । ଆବଶ୍ୟକ ସମୟରେ ଆମେ ୨୪ ଘଣ୍ଟିଆ ସେବା ଯୋଗାଉ । ଦୈନିକ ୧୮ରୁ ୧୯ ଘଣ୍ଟା ଡ୍ୟୁଟି କରୁଛୁ । କିନ୍ତୁ ଆମ ପାଖରେ ଖଣ୍ଡେ ହେଲ୍ଥ କାର୍ଡ ନାହିଁ । ଚିକିତ୍ସା ପାଇଁ ପ୍ରାଇଭେଟ୍ ନର୍ସିଂହୋମ ଗଲେ ଅକ୍ସିଜେନ୍ ପାଇଁ ୪୦ ହଜାର ଟଙ୍କା ମାଗୁଛନ୍ତି । ୬୦ ହଜାର ଟଙ୍କା ଦରମାରେ ମୁଁ ମୋ ମାଆକୁ ସ୍ବାସ୍ଥ୍ୟ ସେବା କିପରି ଯୋଗାଇବି ? ମୋ ଅନ୍ତେ ପରିବାରକୁ ୫ କୋଟି, ୧୦ କୋଟି ଟଙ୍କା ସହାୟତା ସରକାର ଯୋଗାଇଦେବେ ହେଲେ ମୁଁ ବଞ୍ଚିବା ଅବସ୍ଥାରେ କିଛି ପାଇପାରୁନାହିଁ,” ବୋଲି ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ସମ୍ପାଦକ କିଶୋର ମହାନ୍ତି ଆଜି ଏକ ମିଳିତ ସାମ୍ବାଦିକ ସମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
