ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି ନେଇଛି କୁମ୍ଭୀର

କେନ୍ଦ୍ରାପଡ଼ା,୧୬//୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି ନେଇଛି କୁମ୍ଭୀର। ନିଖୋଜ ବୃଦ୍ଧ ଜଣକ ହେଉଛନ୍ତି ଇଚ୍ଛାପୁର ଗାଁର ଅଜାମ୍ବର ନାୟକ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି

ମିଳିଥିବା ସୂଚନା ମୁତାବକ, ଅଜାମ୍ବର ଗାଁ ନିକଟସ୍ଥ ପାନିଆ ନଦୀ ପାର ହେଉଥିଲେ। ସେତିକିବେଳେ ଏକ କୁମ୍ଭୀର ଆସି ଅଜାମ୍ବରଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ଫଳରେ ସେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଓଡ୍ରାଫ ଟମ୍ଘଟଣାସ୍ଥଳରେ ପହଞ୍ଚି ବୋଟ୍ରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଛନ୍ତି

Leave a Reply

Your email address will not be published. Required fields are marked *