କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍ କୁ ମିଳିଛି ବଡ ସଫଳତା 

                         କୁଖ୍ୟାତ ବନ୍ଧୁକ ବେପାରୀ ନଦିମ୍ ଗିରଫ ,  ୧୦ ବନ୍ଧୁକ,୧୨ ରାଉଣ୍ଡଗୁଳି ଓ ଟଙ୍କା ଜବତ

ଭୁବନେଶ୍ୱର,୨୭/୦୯/୨୦୨୫ (ଓଡ଼ିଶା ସମାଚାର)-  କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍ କୁ ମିଳିଛି ବଡ ସଫଳତା  । ଗତ କିଛି ଦିନ ହେବ କୁଖ୍ୟାତ ବନ୍ଧୁକ ବେପାରୀ ସେକ୍ ନଦିମ ର ଗତିବିଧି ଉପରେ କଡା ନଜର ରଖିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍  । ପୁରୀରୁ ବାଇକରେ ବନ୍ଧୁକ ଧରି ଭୁବନେଶ୍ୱର ଅଭିମୁଖେ ଆସୁଥିବା ନଦିମ କୁ ଧରିବା ପାଇଁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ମୁଖ୍ୟ ଅନୁପ କାନୁନଗୋ ବିଛାଇଥିଲେ ଜାଲ  । ଆଉ ସେହି ଜାଲରେ ପଡିଥିଲା ନଦିମ୍  ।

ତାଙ୍କୁ ନୂଆପଲ୍ଳୀ ସ୍ଥିତ ସ୍ପେଶାଲ କ୍ରାଇମ ୟୁନିଟ୍ କାର୍ଯ୍ୟାଳୟକୁ ଆଣି ଜେରା କରିବା ବେଳେ ସେ ରାଜଧାନୀରେ ୬ ଜଣଙ୍କୁ ବନ୍ଧୁକ ଦେବାକୁ କହିଥିଲା । ତାଠାରୁ ପୋଲିସ ୧୦ଟି ସେମି ଅଟୋମେଟିକ ବନ୍ଧୁକ, ୧୨ ରାଉଣ୍ଡ ଗୁଳି, ବାଇକ୍, ଗୋଟିଏ ଫୋନ୍ ଜବତ କରିଛି । ଗିରଫ ବନ୍ଧୁକ ବ୍ୟବସାୟୀ ଜଗତସିଂହପୁର ଜିଲା କୃଷ୍ଣାନନ୍ଦପୁର ଥାନା ଇଟାଟିକିରି ଗ୍ରାମର ସେକ୍ ନଦିମ୍ ବୋଲି ଜଣାପଡିଛି । ନଦିମ୍ ନାମରେ ୫ଟି ଅପରାଧୀକ ମାମଲା ରହିଛି । ବେଆଇନ ଭାବେ ବନ୍ଧୁକ ଚୋରାଚାଲାଣ ଓ ପୋଲିସ ଉପରକୁ ଗୁଳିମାଡ କରିବା ଘଟଣାରେ ନଦିମକୁ ୨୦୧୯ ମସିହାରେ ଏନକାଉନ୍ଟର କରାଯାଇଥିଲା ।

ବ୍ୟବସାୟୀଙ୍କୁ ବେଆଇନ ଭାବେ ବନ୍ଧୁକ ଚାଲାଣ କରୁଥିବା ପୂର୍ବରୁ ରେକର୍ଡ ରହିଛି । ନଦିମ ଗିରଫ ହେବା ପରେ ପୋଲିସ କମିଶନର ସୁରେଶ ଦେବଦତ ସିଂ କହିଛନ୍ତି ଯେ, ବେଆଇନ ବନ୍ଧୁକ ଚୋରାଚାଲାଣ ଘଟଣାରେ କୁଖ୍ୟାତ ବନ୍ଧୁକ ବ୍ୟବସାୟ ନଦିମ କୁ ଆମେ ଧରିବାରେ ସଫଳ ହୋଇଛୁ । ଆଉ ୧୦ଟି ସେମି ଅଟୋମେଟିକ୍ସ ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ପେଶାଦାର ବନ୍ଧୁକ ବେପାରୀ ହୋଇଥିବାରୁ ସେ ଏହାକୁ ରାଜଧାନୀର କିଛି ଲୋକଙ୍କୁ ବିକ୍ରି କରିଥାନ୍ତା ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ୧୦ ଦିନ ଭିତରେ ୧୮ଟି ବନ୍ଧୁକ ଜବତ କରାଯାଇଛି  । ଅସ୍ତ୍ରକୁ

ଅପରାଧରେ ବ୍ୟବହାର କଲେ କଠୋର ଦଣ୍ଡ ବିଧାନ ମିଳିବ ବୋଲି ପୋଲିସ କମିଶନର କହିଛନ୍ତି  । ଗତ ୧୭ ତାରିଖ ଦିନ ସେମି ଅଟୋମେଟିକ୍ସ ବନ୍ଧୁକ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି ୮ଟି ବନ୍ଧୁକ ଜବତ କରିଥିଲା । ୧୦ ଦିନ ଭିତରେ ଆମେ ୧୮ଟି ବନ୍ଧୁକ ଜବତ କରିଛୁ  । ପୁରୀରୁ ଅଭିଯୁକ୍ତ ଜଣଙ୍କ ଏକ ବ୍ୟାଗରେ ବନ୍ଧୁକ ଧରି ଭୁବନେଶ୍ୱର ଆସୁଥିଲା  । ୬ ଜଣଙ୍କୁ ଏହି ଚୋରା ବନ୍ଧୁକ ଦେଇଥାନ୍ତା ନଦିମ୍  । ବାଲିଘାଟ, ଖଣି ଖାଦାନରେ ଏହା ବ୍ୟବହାର ହୋଇଥାନ୍ତି  । ଏହି ୬ ଜଣ କିଏ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ୬ ଜଣ ନଦିମକୁ ଅର୍ଡର ଦେଇଥିଲେ  ।

ଡେଲିଭରି ଦେବା ପୂର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ୍ ସେକ୍ ନଦିମକୁ ଧରିବାରେ ସଫଳ ହୋଇଛି  । କଟକ ଜିଲା  କିଶନନଗର ଥାନାରେ ପୋଲିସ ଉପରକୁ ଗୁଳି କରିବା ସମୟରେ ତାକୁ ଗୁଳିମାଡ କରାଯାଇଥିଲା । କିଶନନଗର ଥାନାରେ ତା ନାମରେ ଦୁଇଟି ମାମଲା ରହିଛି । ୨୦୧୯ ରୁ ଜେଲରେ ଥିଲା  । ପରେ ସେ ଜେଲରୁ ବାହାରିବା ପରେ ପୁଣି ଆରମ୍ଭ କରିଛି ବନ୍ଧୁକ କାରବାର  । ବିହାରର ମୁେଙ୍ଗର ଓ ଝାଡଖଣ୍ଡରୁ ଏହି ଚୋରା ବନ୍ଧୁକ ଭୁବନେଶ୍ୱର ଆସୁଥିଲା  । ନଦିମ ସହ ମୁେଙ୍ଗରର କିଏ ରହିଛି ତାହାକୁ ନେଇ ଖୋଳତାଡ କରୁଛି କମିଶନରେଟ୍ ପୋଲିସ  ।

Leave a Reply

Your email address will not be published. Required fields are marked *