ଯାଜପୁର, ୦୪/୧୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଙ୍କ ନୂତନ କାର୍ଯ୍ୟାଳୟ ଆଜି କୁଆଖିଆ ମୁଳାପାଳ ଛକ ପୁରୁଣା ଥାନା ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ବରେ ମହାସମାରୋହ ରେ ଉଦ୍ଘାଟିତ ହୋଇଯାଇଅଛି । ସାଂସଦ ଙ୍କ ଏହି ନୂତନ ଅଫିସ କୁ ରାଜ୍ୟ ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ , ରାଜ୍ୟ ଭାଜପା ର ବରିଷ୍ଠ ନେତା ତଥା ମଣ୍ଡଳ ମନ୍ତ୍ରୀ ସାରଦା ନାୟକ , ବିଂଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ , ବରୀ ଭାଜପା ନେତା ଉମେଶ ଜେନା , ମଣ୍ଡଳ ସଭାପତି ଲକ୍ଷ୍ମୀଧର ପତି ପ୍ରମୁଖ ଯୋଗ ଦେଇ ଅଫିସ ଉଦ୍ଘାଟନୀ ରେ ସହଯୋଗ କରିଥିଲେ । ପରେ ପରେ ନୂତନ ଅଫିସ ଠାରେ ଯାଜପୁର ଜିଲ୍ଲା ଭାଜପା ର ଏକ ଜିଲ୍ଲା ସ୍ଥରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ ପ୍ରାନ୍ତରୁ କର୍ମୀ ମାନେ ଶୀର୍ଷ ନେତୃତ୍ୱ ଙ୍କ ସହ ଆଗକୁ କିପରି ସଂଗଠନ ମଜବୁତ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଆଜିର ବୈଠକରେ ସ୍ଥାନୀୟ ଅଞ୍ଚଳ ରୁ ଅନ୍ୟ ଦଳ ର ବହୁ ପୁରୁଖା ନେତା ଭାଜପା ରେ ସାମିଲ ହୋଇଛନ୍ତି। ଦଳ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କାରାଯିବା ସହ ସମସ୍ତ ଅତିଥି ଓ କର୍ମକର୍ତା ଙ୍କୁ ଆଜିର କାର୍ଯ୍ୟକ୍ରମ ସଫଳ ନିମନ୍ତେ ସାଂସଦ ଡଃ. ବେହେରା ଧନ୍ୟବାଦ ଅର୍ପଣ କରିଛନ୍ତି।