କଟକ ସଦର,୧୫/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ବିଜୟା ଦଶମୀ ଦଶହରା ଦିନ କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବିଜେପି ର ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମାରପିଟ୍ ଭଙ୍ଗାରୁଜା ଘଟଣା ଦଳର ଅନ୍ତଃକନ୍ଦଳ ପଦାରେ ପଡ଼ିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାକୁ ନେଇ ମଣ୍ଡଳ ସଭାପତି ଆଜି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଖଣ୍ଡନ କରି ସଫେଇ ଦେଇଥିବା ଜଣାଯାଇଛି। ଏଥିପାଇଁ ଆଜି ୪୨ ମୈ।ଜା ଵେଣ୍ଟକାର ଏଡିଏମ୍ ପ୍ୟାଲେସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡ଼ା କହିଛନ୍ତି ଯେ ଏହା ବିରୋଧୀ ଙ୍କ ଅପପ୍ରଚାର। ଏଥିରେ ବିଜେପିର କୈ।ଣସି ସମ୍ପର୍କ ନାହିଁ। ଅନ୍ୟପକ୍ଷରେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଅଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଶାରଦୀୟ ବନ୍ଧୁ ମିଳନ ଗଣ୍ଡଗୋଳ ଘଟଣା: ସଫେଇ ଦେଲେ ବିଜେପି ମଣ୍ଡଳ ସଭାପତି
