ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜେପି ନେତୃତ୍ୱାଧିନ କେନ୍ଦ୍ର ଏନଡିଏ ସରକାରଙ୍କର କୃଷକ ଓ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଟ୍ରେଡ୍ ୟୁନିୟନ୍ ମାନଙ୍କ ତରଫରୁ ଡାକରା ଦିଆଯାଇଥିବା ‘୧୬ ଫେବୃୟାର ଭାରତ ବନ୍ଦ’ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବିଜେପି ଦଳର କୃଷକ ଓ ଶ୍ରମିକମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲା । କୃଷିଜାତ ଦ୍ରବ୍ୟ ସମୂହର ଦୁଇଗୁଣା ମୂଲ୍ୟବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ୍ଗତ ମାନ୍ୟତା, ସ୍ୱାମୀନାଥନ୍ କମିଶନ ଲାଗୁ କରିବା ଓ କୃଷକମାନଙ୍କୁ ପେନସନ୍ ପ୍ରଦାନ କରିବା । ସେହିଭଳି ଶ୍ରମିକମାନଙ୍କୁ ସର୍ବନିମ୍ନ ଏକ ହଜାର ଟଙ୍କା ମଜୁରୀ, ୮ ଘଂଟା କାମ ଏବଂ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ଜରିଆରେ ୨୦୦ଦିନର କାର୍ଯ୍ୟ ନିର୍ଘଂଟ ନିଶ୍ଚିତ କରିବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କ୍ଷମତାକୁ ଆସିଲା ପରେ ବିଜେପି ଦଳର ଶ୍ରମିକ, କୃଷକ ବିରୋଧି ମୁଖା ପଦାରେ ପଡ଼ିବା ସହିତ ଏହାକୁ ଘୋଡାଇବା ପାଇଁ ସେ ଧର୍ମର ଆଶ୍ରୟ ନେଇଛି । ତେଣୁ ବିଜେପିର ଏହି ଛଳନା ପ୍ରତାରଣା ଓ ଧର୍ମାନ୍ଧତା ବିରୁଦ୍ଧରେ ୧୬ ଫେବୃୟାରୀ କୃଷକ-ଶ୍ରମିକ ମାନଙ୍କର ମିଳିତମଂଚ ପକ୍ଷରୁ ‘ଭାରତ ବନ୍ଦ’ର ଯେଉଁ ଆହ୍ୱାନ ଦିଆଯାଇଛି, ତାହାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
Related Posts
ମିଶ୍ରଣ ପର୍ବ: ସୁଦୃଢ଼ ହେଉଛି ଦଳ। ଦାମିଆ ବରବରା ର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ୍ ହେଲେ ।
ବାଣପୁର,୨୩/୦୧/୨୦୨୫ (ଓଡ଼ିଶା ସମାଚାର)- ବାଣପୁର ବ୍ଲକ ଦାମିଆ ବରବରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବୀଣାପାଣି ଷଣ୍ଢ,ନାଏବ ସରପଞ୍ଚ ଶ୍ରୀ ବନବାସ ଶବର, ସଂଗଠକ ଶ୍ରୀ ପ୍ରଦୀପ…
ବିଜେଡ଼ି କୁ ସମର୍ଥନ ଘୋଷଣା କଲା ଦଳିତ ସମାଜ
ଭୁବନ, ୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଏବଂ ଏନ୍ ଏ ସି ର ୩୪ ଥାନ ଦଳିତ ସମାଜ ବିଜେଡି କୁ ସମ୍ପୂର୍ଣ ସମର୍ଥନ ଜଣାଇଛନ୍ତି।…
ପାଟକୁରା ରେ ବିଜେପି ର ରୋଡ଼୍ ସୋ
ପାଟକୁରା, ୨୨/୫/୨୦୨୪ (ଓଡ଼ିଶା ସମାଚାର)- ପାଟକୁରା ଅଂଚଳରେ ଆଜି ବିଜେପି ବିଧାୟକ ପ୍ରାର୍ଥି ତେଜେଶ୍ୱର ପରିଡ଼ା ବିଭିନ୍ନ ଗ୍ରାମ ରେ ରୋଡ଼୍ ସୋ କରି ନିର୍ବାଚନ ପ୍ରଚାର…
