ଭୁବନେଶ୍ୱର,୦୧/୦୫/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଗାମୀ ୨୦୨୬ ମସିହାରେ ହେବାକୁ ଥିବା ଜନଗଣନା ସହ ଜାତିଭିତିକ ଜନଗଣନା ପାଇଁ ଭାରତ ସରକାରଙ୍କ କ୍ୟାବିନେଟ ଅନୁମୋଦନ ପରେ ପଛୁଆବର୍ଗଙ୍କ ସାମାଜିକ ନ୍ୟାୟର ଦ୍ୱାର ଉନ୍ମୁକ୍ତ ହୋଇଛି । ସରକାରଙ୍କ ଏହି ନିଷ୍ପତିକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସ୍ୱାଗତ କରୁଛି ।
ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଶିବହାତୀ ଯାଦବ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଅଖିଳେଶ ଯାଦବଙ୍କ ଦୀର୍ଘଦିନର ଦାବିକୁ ସରକାର ସ୍ୱୀକୃତି ଦେଇଥିବାରୁ ସେ ସାଧୁବାଦ ଜଣାଇଛନ୍ତି । ଶ୍ରୀ ହାତୀ କହିଛନ୍ତି ଯେ, ଜାତିଭିତିକ ଜନଗଣନା କରିବା ଦ୍ୱାରା ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଓ ଉତ୍ଥାନ କ୍ଷେତ୍ରରେ ବିଶେଷ ସହାୟକ ହେବା ସେଙ୍ଗ ସେଙ୍ଗ ଦଳିତ ଓ ପଛୁଆବର୍ଗଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାରେ ସରକାରଙ୍କୁ ସହାୟକ ହେବ ।
କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ତଦନୁଯାୟୀ ଓଡ଼ିଶା ସରକାର ମଣ୍ଡଳ କମିଶନ ରିପୋର୍ଟ ଆଧାରରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସହିତ ପଂଚାୟତିରାଜ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଗ୍ରାଧିକାର ସହ ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀକୁ ଉଚ୍ଛେଦ କରି ଇଡବ୍ଲଏସ୍ ସଂରକ୍ଷଣ ମଧ୍ୟବିତ ବର୍ଗଙ୍କ ପାଇଁ ଲାଗୁ କରିିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି ।
