ୱାଇ.ଏମ.ଏଫ.ଆଇ ପକ୍ଷରୁ ଦୁର୍ଗାପୂଜା ସାସଂସ୍କୃତି ଉତ୍ସବ ଅନୁଷ୍ଠିତ

ରାଉରକେଲା, ୧୫/୧୦/୨୦୨୪ (ଓଡ଼ିଶା ସମାଚାର)- ୱାଇ.ଏମ.ଏଫ.ଆଇ ପକ୍ଷରୁ ଦୁର୍ଗାପୂଜା ସାସଂସ୍କୃତି ଉତ୍ସବ  ସ୍ଥାନୀୟ ବସ୍ତିଆ ଭବନ ପରିସରରେ  ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶିଳ୍ପପତି ତଥା ଲେଖକ ଇଂ ଆର. ପି. ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵା ବେଳେ ସମାଜ ସେବୀ କମଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନେ ପିଲାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ଛାତ୍ର ଛାତ୍ରୀ ଚିତ୍ରଙ୍କନ, ବକୃତା, ନୃତ୍ୟ, ସଂଗୀତ ଓ ମଡେଲିଙ୍ଗ ରେ ଭାଗ ନେଇ ନିଜ ମଧରେ ରହିଥିବା ସୃଜନଶିଳ ପ୍ରତିଭାର ପରିଚୟ ଦେଇଥିଲେ । ଶ୍ରୀମତୀ ଅନିତା ଅଗ୍ରୱାଲ, ଏନ. କେ ଧର, ପ୍ରିୟଙ୍କା ମିଶ୍ର, ପୁଷ୍ପା ମିଶ୍ର, ପୂଜା ନାୟକ,  ଦେବେନ୍ଦ୍ର ମହାରଣା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସlହିତ କରିଥିଲେ ।ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁର୍ଗାପୂଜା ପରିପ୍ରେକ୍ଷୀରେ ଏହି ବିବିଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗୀତା ରେ  କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠିତ ଉତ୍ସବ ରେ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସପନ କୁମାର ମୁଖାର୍ଜୀ, ସୋନି ଦାଶ , ମୋନାଲିସା ଗୌଡ଼, ମୀରା ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *