ସାଲେପୁର-ଟାଙ୍ଗୀ ବିଧାନସଭା ଆସନରେ ତ୍ରିଦେବ ବେହେରା ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା 

କଟକ ସଦର,୧୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଭୁକ୍ତ ସାଲେପୁର-ଟାଙ୍ଗୀ ବିଧାନସଭା କ୍ଷେତ୍ରରେ ଆଗାମୀ ଦିନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଟାଙ୍ଗୀରେ ଥିବା ଟେଟ୍ରା ହେଡେନ ଶିକ୍ଷା ସମୁହର ପ୍ରତିଷ୍ଠାତା ତ୍ରିଦେବ ବେହେରା ପ୍ରତିଦ୍ବନ୍ଦିତା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ତ୍ରିଦେବ ବେହେରା

ପ୍ରକାଶ ଯେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ମଣ୍ଡଳୀ ଵାହାରର ଜନୈକ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ  ସିଏ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ହାରିବା ପରଠାରୁ ଅରିନ୍ଦମ ନିଜର ଦଵଦଵା ରଖିବାକୁ ଉଦ୍ୟମ ଚଳାଇଥିଲେ ଵି ତାହା ତାଙ୍କ ପାଇଁ ଵୁମେରାଂ ସଦୃଶ ହୋଇଥିବା ଜଣାପଡିଛି। କୈ।ଣସି ପଦ ନଥାଇ ଅରିନ୍ଦମ ଗତକାଲି ଶୁକ୍ରବାର ଦିନ ଟାଙ୍ଗୀ ବ୍ଲକରେ କର୍ମୀ ମାନଙ୍କୁ ନେଇ ଅବାଧ ପ୍ରବେଶ କରି ସରକାରୀ ଅଧିକାରୀ ଅତିରିକ୍ତ ଵିଡିଓ ଙ୍କ ସହିତ ଅନ୍ୟ ମହିଳା କର୍ମଚାରୀଙ୍କୁ ପୋଲିସ ସମ୍ମୁଖରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଏବଂ ମାଡ଼ ମାରିବାକୁ ଉଦ୍ୟତ ହେବା ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଛି।

                                        ଅରିନ୍ଦମ ରାୟ

ଅରିନ୍ଦମ ଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଉଥିବା ବେଳେ ଆଜି ଶନିବାର ବିଜେପି ନେତା ତ୍ରିଦେବ ବେହେରାଙ୍କର କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ଏକ ବିଜ୍ଞାପନ ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ପ୍ରକାଶ ପାଇଛି। ଯାହାକୁ ନେଇ ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେପି ମହଲରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ସାଲେପୁର-ଟାଙ୍ଗୀ ବିଜେପି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *