କ୍ରିୟାନୁଷ୍ଠାନ କମିଟି ଦାବି ମାନିନେଲେ ବିଦ୍ୟୁତ ଅଧୀକାରୀ

ଖୋର୍ଦ୍ଧା,୬/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମଦୟା ପରିଷଦ ପରିସରରେ ଆଞ୍ଚଳିକ ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି ର ଆବାହକ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂ ଙ୍କ ଆଵଆହକତ୍ବ ରେ ସଭାପତି ବିପିନ କୁମାର ଜୟସିଂହ ପୌରହିତ୍ୟ ରେ ଅଂଚଳର ବିଦ୍ୟୁତ୍ ସେବାର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ ଅଧୀକାରୀ ମାନଙ୍କ ସହ ଆଲୋଚନା ହୋଇଯାଇଛି। ବିଭାଗ ର ନିର୍ବାହି ଯନ୍ତ୍ରୀ ପବିତ୍ର କୁମାର ଜେନା ଙ୍କ ଉପସ୍ଥିତି ରେ ବିଦୁ୍ତ ସମସ୍ୟା ଉପରେ ଏକ ସ୍ଥାୟୀ ସମାଧାନ ପାଇଁ ବୈଠକ ରେ ଆଲୋଚନା ହୋଇଥିଲା । ଅଘୋଷିତ ବିଦୁ୍ତ କାଟ , ଭ୍ରାମ୍ୟମାଣ ଭ୍ୟାନ ସେବା ଏଵଂ ନିରାକାର ପୁର ବିଦ୍ୟୁତ୍ ସେକ୍ସନ ରେ ଉପଭୋକ୍ତା ଙ୍କ ଅଭିଯୋଗ ନେଇ ଆସିଲେ ତାକୁ ଉଚିତ ବ୍ୟବହାର ଓ ପ୍ରତେକ ତିନିମାସ ଭିତରେ ନିର୍ବାହୀ ଯନ୍ତ୍ରୀ ଓ କ୍ରିୟାନୁଷ୍ଠାନ କମିଟି ର ମିଳିତ ବୈଠକ କରିବାପାଇଁ ପ୍ରତିଶୃତି ଦେଇଥିଲେ ଅଧିକାରୀଗଣ। ଏହି ଆଲୋଚନା ରେ ସମ୍ପାଦକ ଵିଧୁଭୁଷଣ ମହାରଣାଙ୍କ ସମେତ ୧୨ ପଂଚାୟତର ପ୍ରତିନିଧି ଉପଭୋକ୍ତା ମଧ୍ୟ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ କି ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ନିରାକାରପୁର ଅଂଚଳରେ ଜନ ଅସନ୍ତୋଷ ଦେଖାଦେଇଥିଲା।ନିରାକାରପୁର ବିଦ୍ୟୁତ ସେକସନ ଅଧିନରେ ଥିବା ୧୨ଟି ଗ୍ରାମପଞ୍ଚାୟତର ଉପଭୋକ୍ତା ମାନଙ୍କ ସମସ୍ୟା ଆଂଚଳିକ ବିଦ୍ୟୁତ କ୍ରୀୟାନୁଷ୍ଠାନ କମିଟି ମାଧ୍ୟମରେ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା।ସରକାର ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀକୁ ହସ୍ତାନ୍ତର କରିବା ପରେ ନିରାକାରପୁର ବିଦ୍ୟୁତ ସେକସନ ଅଧିନରେ ୧୨ ଟି ଗ୍ରାମପଞ୍ଚାୟତ ରେ ଅନେକ ସମୟରେ ଅଧିକାଂଶ ସମୟରେ ଅଘୋଷିତ ବିଦ୍ୟୁତ କାଟ୍, ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ ମିଟର ରିଡଗଂରେ ଅନିୟମିତତା ହେଉଥିବା ଅଭିଯୋଗମାନ ହୋଇଥିଲା। ବାରମ୍ବାର ଅଘୋଷିତ ବିଦ୍ୟୁତ କଟୁଥିବାରୁ ବିଦ୍ୟୁତ ଉପଭୋକ୍ତା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟାଟା କମ୍ପାନୀ ଲୋକମାନଙ୍କ ଶୋଷଣ କରୁଥିବା ନେଇ ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ବିଦ୍ୟୁତ ବିଭାଗ ଉପଭୋକ୍ତା ମାନଙ୍କ ଦାବିକୁ ସମାଧାନ କରିବାରେ ବିଫଳ ହେବାରୁ ୧୨ଖଣ୍ଡ ଗ୍ରାମପଞ୍ଚାୟତ ର ନିର୍ବାଚିତ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ୟ୍ୟାଳୟ ତାଲା ପକାଇ ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *