ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ଚିଠି ପଡିଛି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା କଡରେ ଶହ ଶହ ସଂଖ୍ୟାରେ ଚିଠି ଗୁଡିକ ପଡିରହିଥିବା ଦେଖିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟ ଚକିତ କଥା ହେଉଛି ଏହି ଛିଠି ଗୁଡିକ ସଦ୍ୟ ଡାକରେ ଆସିଥିବା ଚିଠି ଭଳି ପ୍ରତୀୟମାନ ହେଉଛି । ଅଧିକାଂଶ ଚିଠି ଗୁଡିକ କେନ୍ଦ୍ରାପଡା ଡାକ ଅଧୀକ୍ଷକଙ୍କ ନାମରେ ଆସିଥିବା ଚିଠି ଉପରେ ଠିକଣା ଲେଖାଯାଇଛି । କିଏ କାହିଁକି ଏଭଳି ଭାବରେ ଚିଠି ଗୁଡିକ ରାସ୍ତାକଡରେ ପକାଇ ଦେଇଛି ତାହା ବୁଝା ପଡୁନାହିଁ । ଏସମ୍ପର୍କରେ ଡାକ ଅଧୀକ୍ଷକଙ୍କ  ସହ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *