ମାରଡ଼ା ନିକଟରେ କେନାଲ କୁ ଖସିଲା କାର 

ନିଶ୍ଚିନ୍ତକୋଇଲି, ୪/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ଜନାର୍ଦ୍ଦନପୁର ପଞ୍ଚାୟତ ମାରଡ଼ା ଗ୍ରାମ ନିକଟରେ ଏକ ଧଳା ଅଲ୍ଟୋ କାର ଚିତ୍ରୋତ୍ପଳା ଦକ୍ଷିଣ କେନାଲ ମଧ୍ୟକୁ ଖସି ପଡିଛି । ପ୍ରକାଶ ଯେ, କାର ଟି ଏକ ଟାଟା ମ୍ୟାଜିକ ସହ ଧକ୍କା ହେବାରୁ କେନାଲ ମଧ୍ୟକୁ ଖସିପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହାୟତା ରେ କାରର ଡ୍ରାଇଭର ଓ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କାର ଟି କେନାଲ ପାଣିରେ ଅଧା ବୁଡି ରହିଛି । କାର ଚାଳକ ସମେତ ଦୁଇ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *