ନିଶ୍ଚିନ୍ତକୋଇଲି,୦୭/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ଏକ ନାଟକୀୟ ଘଟଣାକ୍ରମରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ ଅଶୋକ କୁମାର ଓଝା ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବା ସହ ବ୍ଲକ ବିଜେଡି ଉପସଭାପତି ପଦରୁ ଇସ୍ତଫାପ୍ରଦାନ କରିଛନ୍ତି । ଉପାଧ୍ୟକ୍ଷ ଶ୍ରୀ ଓଝା ଵି ଡି ଓ ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରି ଛନ୍ତି । ସେହିପରି ମଧ୍ୟ ଶ୍ରୀ ଓଝା ବ୍ଲକ ବିଜେଡି ଉପସଭାପତି ପଦରୁ ଓ ବିଜୁ ଜନତାଦଳ ର ପ୍ରଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ବିଜେଡି ଦଳର ଜିଲ୍ଲା ସଭାପତି ଙ୍କୁ ଇସ୍ତଫା ପତ୍ର ପଠାଇ,ନିଜର ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ଦର୍ଶାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀ ଓଝା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କର ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଥିଲେ ।
