ଲକ୍ଷ୍ମୀପୁର ୦୯/୦୪/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)-ଦିନ ପରେ ଦିନ ଗଡୁଛି ହେଲେ ବିଜେଡିର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରୁନି।ଏନେଇ ଆଶାୟୀଙ୍କ ଛାତି ଉଠୁଚି ପଡୁଛି। ନାମାଙ୍କନ ପତ୍ର ଦାଖଲ ହେବାକୁ ଆଉ ଛଅ ଦିନ ବାକି ଥିବା ବେଳେ ବର୍ତ୍ତମାନ ସୁଧା ବିଜେପି ଓ ବିଜେଡ଼ି ଦଳ ତରଫରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହେଇ ପାରୁନି। ଯାହାକୁ ନେଇ ଶସ୍ପେନ୍ସ ବଢ଼ି ଚାଲିଛି।
ଅପରପଟେ କଂଗ୍ରେସ ଦଳ ତାର ବିଧାୟକ ଓ ସାଂସଦ ଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଏଇ ଦୁଇ ଦଳ ଉପରେ ସଭିଙ୍କ ନଜର ରହିଛି।ଅପର ପଟେ କଂଗ୍ରେସ ଦଳ ନିଜର ପ୍ରଚାର ମଧ୍ୟ ଆରମ୍ଭ କରି ସାରିଲାଣି ତଥାପି ବିଜେଡ଼ି ଓ ବିଜେପି ଉଚିତ୍ ପ୍ରାର୍ଥୀ ଚୟନରେ ଅଟକି ଯାଇଛନ୍ତି।ବିଜେଡିର ଘୋଷଣାକୁ ବିଜେପି ଅନାଇ ବସି ସିଏବି ନିଜର ପ୍ରାର୍ଥୀ ଙ୍କ ନାମ ଘୋଷଣା କରିପାରୁନି। ଅପର ପଟେ ବିଜେଡିର ପ୍ରଭୁ ଜାନୀ ଓ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା କୈଳାସ କୁଲେଶିକାଙ୍କୁ ନେଇ ଦୀର୍ଘ ଦିନ ଧରି ଟଣା ଓଟରା ମଧ୍ୟରେ ଏବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ନାମ ସାମନାକୁ ଆସିଛି। ବର୍ତ୍ତମାନ ମହିଳା ପ୍ରାର୍ଥୀଙ୍କୁ ନେଇ ଦଳୀୟ କର୍ମୀ ମାନେ ପଛ ଘୁଂଚା ଦେଉଥିବା ଶୁଣିବାକୁ ମିଳିଛି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ବ୍ଲକ୍ ରେ ଥିବା ବିଜେଡ଼ି ସମର୍ଥିତ ଲୋକ ପ୍ରତିନିଧି ମାନେ କୈଳାସ ଙ୍କୁ ବିଜେଡ଼ି ଟିକେଟ ଦେବା ପାଇଁ ଅନାଇବସିଛନ୍ତି। କୈଳାସ ଙ୍କୁ ଯଦି ଟିକେଟ ନମିଳେ ତେବେ ବିଜେଡ଼ି ଦଳକୁ ଏଠି ବହୁତ ବଡ କ୍ଷତି ସହିବାକୁ ପଡିପାରେ ବୋଲି ଦଳୀୟ କର୍ମୀ ମାନେ କହିଛନ୍ତି।