କଟକ ସଦର ଵିଜେପି ପକ୍ଷରୁ କଟକ ସଦର ବ୍ଲକ ଘେରାଉ

କଟକ ସଦର,୧୪/୧୧/୨୦୨୩ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଓଡ଼ିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ଵ୍ୟଵ୍ୟସ୍ଥା ବିରୁଧରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟିର ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଆଜି ମଙ୍ଗଳବାର ଦିନ କଟକ ସଦର ଵିଜେପି ପକ୍ଷରୁ କଟକ ସଦର ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଟକ ସଦର ଵିଜେପି ସଂଯୋଜକ ତଥା ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ସଂଚାଳନରେ ବ୍ଲକ ସମ୍ମୁଖରେ ଆୟୋଜିତ ସଭାରେ ଵିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଯୋଜନା ଓ କେନ୍ଦ୍ରୀୟ ଅନୁଦାନ ସଂପର୍କରେ ଅବତାରଣା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଵିଜେପି ଉପସଭାପତି ଡ଼ାଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲ୍ଲିପ ମଲ୍ଲିକ,କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ଵଡୁ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ,କଟକ ସଦର ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଦୀପ ବେହେରା,ଚୈ।ଦ୍ୱାର-କଟକ ନେତା ନୟନ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଆଲୋକ ମହାନ୍ତି, ଗୋକୁଳ ପ୍ରଧାନ, ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଂକାରେ କମିଶନରେଟ ପୋଲିସ ପକ୍ଷରୁ ଜୋନ୍ ୫ ଏସିପି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ନେତୃତ୍ୱରେ ୭ ଟି ଥାନାର ଆଇଆଇସିଙ୍କ ସମେତ ପୋଲିସ ବଳ ସଜାଗ ରହିଥିଲେ।

Leave a Reply

Your email address will not be published. Required fields are marked *