ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଅପରେନସ ତ୍ରିଭୂଜ

ଭୁବନେଶ୍ୱର, ୧୨/୧୦/୨୦୨୪ (ଓଡ଼ିଶା ସମାଚାର)- ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ଓ ଭିଡ଼ ଉପରେ ନଜର ରଖିବାକୁ ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଅପରେନସ ତ୍ରିଭୂଜ । ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଲାଗିଥିବା ୧ ହଜାର କ୍ୟାମେରାକୁ ସର୍ଭେଲାନ୍ସରେ ବ୍ୟବହାର କରାଯାଉଛି । ଏହା ଛଡ଼ା ଡ୍ରୋନ କ୍ୟାମେରାର ମଧ୍ୟ ଉପଯୋଗ କରାଯାଉଛି । ଗ୍ରାଉଣ୍ଡ ଜିରୋରେ VHF ସହ ଉପସ୍ଥିତ ଅଛନ୍ତି ପୋଲିସ ଟିମ । ତିନି ପ୍ରକାର ବ୍ୟବସ୍ଥା ବ୍ୟବହାର କରି ପୂଜା ଭିଡ଼ ବେଳେ ରାଜଧାନୀରେ ଟ୍ରାଫିକ ନିୟନ୍ତ୍ରଣ କରୁଛି ପୋଲିସ । ଏହାସହ  ଭିଡ଼ ନିୟନ୍ତ୍ରଣ  ଓ ଗାଡ଼ି ଚୋରି ଉପରେ ମଧ୍ୟ ନଜର ରଖାଯାଇଛି । ଯଦି ଏହି ଅପରେସନ ତ୍ରିଭୂତ ସଫଳ ହୁଏ ତେବେ ଏହାକୁ ଭବିଷ୍ୟତରେ ବହୁଳ ଭାବେ ବ୍ୟବହାର କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *