ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ୨.୦

ଜଗତସିଂହପୁର,୨୮/୯/୨୦୨୪ (ଓଡ଼ିଶା ସମାଚାର)-ତା୨୭.୦୯.୨୪ରିଖ ଦିନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ସନ୍ଦୀପ କୁମାର ରାଉତଙ୍କ ଅଧ୍ୟକ୍ଷତା ରେ ଅଣସଂକ୍ରାମକ ରୋଗର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ,ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ,ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଜ଼ିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡା, ଏପିଡେ଼ମିଓଲୋଜିଷ୍ଟ ସ୍ମତି ରଞ୍ଜନ ପଣ୍ଡା,ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ୨.୦ଏକ ୨ମାସିକ କାର୍ୟ୍ୟକ୍ରମ ତମାଖୁର ବହୁଳ ବ୍ୟବହାର ଯୁବସମାଜକୁ କିପରି ରୋଗଗ୍ରସ୍ତ କରୁଛି ଓ ମାନସିକ ଅସ୍ଥିରତା ବଢୁଛି ସେ ବିଷୟରେ ଆଲୋକପାତ କରାଯାଇଥିଲା । ୮ଟି ବ୍ଳକର ୩୨ଜଣ ସ୍ୱାସ୍ଥ୍ୟବିଭାଗର ସମସ୍ତ ସୁପରୀଟେଣ୍ଡେଣ୍ଟସ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନେ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ମାନେ, ମେଡିକାଲ ଅଫିସରମାନେ, ଉପସ୍ଥିତଥିଲେ । ଏହି କାର୍ୟ୍ୟକ୍ରମ ସେପ୍ଟେମ୍ବର ୨୪ତାରିଖରୁ ଆରମ୍ଭ ହୋଇ ନଭେମ୍ବର୨୩ ତାରିଖ ପର୍ୟ୍ୟନ୍ତ ଚାଲିବ ।ଏହାର ବିଭିନ୍ନ କାର୍ୟ୍ୟକ୍ରମ ରହିଛି ଯାହାର ଉଦ୍ଧେଶ୍ୟ ଯୁବସମାଜକୁ ସଚେତନ କରିବା,ଏହି କାର୍ୟ୍ୟକ୍ରମ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ନଭେମ୍ବର୨୩ତାରିଖ ପର୍ୟ୍ୟନ୍ତ ଚାଲିବ । ଏହାର ବିଭିନ୍ନ କାର୍ୟ୍ୟକ୍ରମ ରହିଛି ଯାହାର ଉଦ୍ଧେଶ୍ୟ ଯୁବସମାଜକୁ ସଚେତନ କରିବାତମାଖୁ ଜନିତ ରୋଗକୁ ନିୟଂତ୍ରଣ କରି ଏହି ଜନିତ ମୃତ୍ୟୁକୁ ରୋକାଯାଇପାରିବ । ଗବେଷଣାରୁ ଜଣାଯାଇଛି ଯୁବ ସମାଜ ଯେଉଁମାନେ ଦେଶର ଭବିଷ୍ୟତ ସେମାନେହିଁ ସବୁଠୁ ଅଧିକ ତମାଖୁ ବ୍ୟବହାର କରୁଛନ୍ତି । ଏହି କାର୍ୟ୍ୟକ୍ରମରେ ସଚେତନତା ମାଈକିଙ୍ଗ, ସୋସିଆଲ ମେଡିଆ, ପ୍ରିଣ୍ଟ ମେଡିଆ, ଷ୍୍ୟୀଟପ୍ଲେ ଇତ୍ୟାଦି ମାଧ୍ୟମରେ କରାଯିବ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟଂତ୍ରଣ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଦ୍ୱାରା ଏହି କାର୍ୟ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । କିପରି ଏହା ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ କରାଯିବ । ଗୋଷ୍ଠିସ୍ତରରେ ସରପଞ୍ଚମାନଙ୍କ ଭୂମିକା ତମାଖୁ ମୁକ୍ତ ଗ୍ରାମ ନିମନ୍ତେ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସହଯୋଗିତା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଯେଉଁମାନେ ତମାଖୁ ଛାଡିବାକୁ ଚାହିଁବେ ଶପଥନେବେ ଓ ଜ଼ିଲ୍ଲାରେ ଥିବା ତମାଖୁ ବିରତି କେନ୍ଦ୍ରର ପରାମର୍ଶନେଇ ପାରିବେ । ଅତିରିକ୍ତ ଜ଼ିଲ୍ଲାପାଳ ସନ୍ଦୀପ କୁମାର ରାଉତ ଏହି କାର୍ୟ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କୁ ନିର୍ଦେଶ ଦେବାସହ ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ । ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ଧନ୍ୟବା ଦଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *