ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ମହିଳା ମାନଙ୍କ ର ଲୋହିତ ରକ୍ତ କଣିକା ର ପରୀକ୍ଷା

ଭୁବନେଶ୍ୱର,୧୦/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ମହିଳା ମାନଙ୍କ ର ଲୋହିତ ରକ୍ତ କଣିକା ର ପରୀକ୍ଷା ମଲ୍ଲିକ କମ୍ପେଲସ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କର ଲୋହିତ ରକ୍ତ କଣିକା ପରୀକ୍ଷା କରା ଯାଇଥିଲା । ତାହା ଛଡା ଇସିଜି ପରୀକ୍ଷା କରା ଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟମାନେ ଯୋଗଦାନ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ଯେଉଁ ସଦସ୍ୟା ମାନେ ଯୋଗଦାନ କରିଥିଲେ ସେମାନେ ହେଲେ ଉମାରାଣୀ ତ୍ରିପାଠୀ, ସବିତା ଚମ୍ପତି, ହାରି, ଗୋବିନ୍ଦ ପାତ୍ର, ରୀନା ନାୟକ। ଆପୋଲୋ ହସ୍ପିଟାଲ ର ସହଯୋଗରେ ଏହି କାର୍ୟ୍ୟକ୍ରମ କରା ଯାଇଥିଲା। ମହିଳା ମାନଙ୍କ ସ୍ବାସ୍ଥ୍ୟ ଉପରେ ସତ୍ୟନଗର ଲେଡିଜ୍ ଫୋରମ୍ ର ଅଭିନବ ପ୍ରୟାସ ଚାଲିଛି ।

Leave a Reply

Your email address will not be published. Required fields are marked *