ଜ଼ିଲ୍ଲା ସ୍ତରୀୟ ବିଶ୍ୱ ଜଳାନ୍ତକ ଦିବସ ପାଳନ

ଜଗତସିଂହପୁର ୨୮/୯/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଜଳାନ୍ତକ ଦିବସ ଜ଼ିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଆଭିମୁଖ୍ୟ ବିଷୟରେ କହିଥିଲେ ସଚେତନତାକୁ ବ୍ୟାପକ କରିବା ରୋଗର ପ୍ରତିରୋଧ ନିମନ୍ତେ ।ବର୍ତ୍ତମାନ ଏହା ଏକ ବଡ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ଜେନା ନିଜ ବକ୍ତବ୍ୟରେ ଜଳାନ୍ତକ ରୋଗ କୁକୁର,ବିଲୁଆ , ଗଧିଆ, ନେଉଳ ,ବାଦୁଡ଼ି ପ୍ରଭୁତି ପ୍ରାଣୀକୁ ସଂକ୍ରମଣ କରୁଥିବା ଏକ ଭୁତାଣୁ ଜନିତ ରୋଗ, ସେଇ ସଂକ୍ରମିତ ପ୍ରାଣୀ ମନୁଷ୍ୟକୁ କାମୁଡ଼ିଲେ କିମ୍ବା ସେମାନଙ୍କର ଲାଳ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ପ୍ରତିବର୍ଷ ଆମଦେଶ ଭାରତରେ ୨୦ ହଜାରରୁ ଅଧିକ ବ୍ୟକ୍ତି ଜଳାନ୍ତକ ରୋଗରେ ମୁତ୍ୟୁ ବରଣ କରୁଛନ୍ତି । ତେଣୁ ଏ ଦିଗରେ ସଚେତନତାକୁ ବ୍ୟାପକ କରିବା,ଯଦି ଏଭଳି ପଶୁ କାମୁଡନ୍ତି ତେବେ ସେ ସ୍ଥାନକୁ ଭଲଭାବେ ସାବୁନ ଓ ଥଣ୍ଡାପାଣିରେ ଧୋଇଦେବା ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରି ଜଳାନ୍ତକ ପ୍ରତିଷେଧକ ଟୀକାନେବା ଉଚିତ । ଏହି ଟୀକା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଉପଲବ୍ଧ । ରୋଗ ଗୁଡିକ ହେଲା ରାବିଜ, ବ୍ରୁସେଲସିସ , ଲେପଟୋସ୍ପିରୋସିସ, ପ୍ଲେଗ , ବାର୍ଡ଼ଫ୍ଲୁ , ଡେ଼ଙ୍ଗୁ, କୋଭିଡ, ସ୍କବଟାଇଫସ, ଜାପାନୀ ଏନକେଫାଇଲ୍ଟିସ, ଇତ୍ୟାଦି ରୋଗହୋଇଥାଏ । ଘରେ ରଖୁଥିବା ପଶୁମାନଙ୍କ ସଂସ୍ପର୍ଶରେ ଆସିଲେ ହାତକୁ ପରିଷ୍କାର କରିବା ସହ ସେମାନଙ୍କୁ ଭ୍ୟାକସିନେସନ କରିବା ଉଚିତ । ଏପିଡେ଼ମିଓଲୋଜିଷ୍ଟ ସ୍ମତିରଞ୍ଜନ ପଣ୍ଡା ଏକ ବିସ୍ତୃତ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଦ୍ୱାରା ଏହାର ସଂକ୍ରମଣର କାରଣ ଗୁଡିକ ବିଷୟରେ ଯଥା: ଅର୍ଥନୈତିକ, ସାମାଜିକ ଓ ସରକାରୀ କାର୍ୟ୍ୟକ୍ରମ ବିଷୟରେ ଯେପରିକି ଜନସଂଖ୍ୟା ବୃଦ୍ଧି ,ସହରୀ କରଣ , ଘରେ କୁକୁର ପାଳିବାକୁ ଏକ ସାମାଜିକ ସ୍ଟାଟସ ଭାବିବା,ସମାନ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଗ୍ରହଣର ଅଭାବ , ବନ୍ୟପଶୁ ମାନଙ୍କୁ ଘରେ ପାଳିବା, ଇତ୍ୟାଦି ଦ୍ୱାରା ଏହିସବୁ ରୋଗ ହୋଇଥାଏ । ଏହାକୁ ଚିକିତ୍ସା ନକଲେ ମଣିଷ ମୃତୁ୍ୟୁ ମୂଖରେ ପଡିଥାଏ । ସିନିୟର ମେଡିକାଲ ଅଫିସର ଡାକ୍ତର ସ୍ଵର୍ଣ୍ଣଲତା ଦେବୀ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତଧାରଣା ଯଥା: କୁକୁର କିମ୍ବା କୌଣସି ଜ଼ିବଜନ୍ତୁ କାମୁଡ଼ିଲେ ଝଡ଼ାଫୁଙ୍କା କରିବା ଇତ୍ୟାଦିକୁ ଦୂରେଇବା ନିମନ୍ତେ ସଚେତନତା କରିବା ଉଚିତ, ଯେମିତିକି ସେମାନେ ଆଣ୍ଟି ରାବିଜ ଭ୍ୟାକସିନେସନ ନେବା ଦରକାର ବୋଲି ବକ୍ତବ୍ୟ ରଖିଥିଲେଓଉକ୍ତ ଦିବସର ସଚେତନତା ନିମନ୍ତେ,ଏସ.ଭି.ଏମ.କଲେଜଜ ଗତସିଂହପୁର ଓ କାଦୁଆପଡାର ଗାଦିବ୍ରହ୍ମ ମହିଳା କଲେଜ ପିଲାମାନଙ୍କ ମଧ୍ୟରେ ଏକ ରଚନା ପ୍ରତିଯୋଗିତା କରାଯାଇଥିଲା ଏବଂ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଗାଦିବ୍ରହ୍ମ ମହିଳା କଲେଜ କାଦୁଆପଡାର ୩ଜଣ ଓ ଏସ.ଭି.ଏମ.କଲେଜ ଜଗତସିଂହପୁର,୬ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ସାଟିଫିକେଟ ପ୍ରଦାନକରି ପୁରସ୍କୃତ କରାଯାଇଥିଲା ।
ଉକ୍ତସଭାରେ ଜ଼ିଲ୍ଲାସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭାପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମାଇକ୍ରୋ ବାୟୋଲୋଜିଷ୍ଟ ପ୍ରଦୀପ୍ତ କୁମାର ସ୍ୱାଇଁ, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ,ଏସ.ଭି.ଏମ. କଲେଜ ଜଗତସିଂହପୁର ଓ ଗାଦିବ୍ରହ୍ମ ମହିଳା କଲେଜ କାଦୁଆପଡାର ପ୍ରିନ୍ସିପାଲ ଓ ଛାତ୍ରଛାତ୍ରୀ,ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ,ଜଗତସିଂହପୁର ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।

ମହିମା କଲେଜ ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ଜଳାନ୍ତକ ରୋଗବିଷୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *