ପ୍ରହରାଜପୁର ରେ ଗ୍ରାମୀଣ ସୁପର ମିନାଵଜାର ଉଦଘାଟିତ

କଟକ ସଦର,୨୮/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ପ୍ରହରାଜପୁର ଥାନା ପଡିଆ ଠାରେ ନ୍ୟସ୍ତସ୍ୱ।ର୍ଥ ଙ୍କ ବିବାଦକୁ ପ୍ରତିହତ କରି ଆଜି ଶନିବାର ରାତିରେ ଗ୍ରାମୀଣ ସୁପର ମିନାଵଜାର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ସହ ସରପଂଚ ଅବଦୁଲ ୱ।ହିଦ ଖାଁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ମେଳାରେ ଅନେକ ଦୋକାନ ଵଜାର ଓ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ପଡ଼ିଛି। ଲୋକମାନେ ମେଳାରୁ ଘରକରଣା ଜିନିଷପତ୍ର କିଣିନେଵା ସହିତ ସୁଆଦିଆ ଚଟପଟି ର ମଜା ନେଉଥିବା ଦେଖାଯାଇଛି। ଏହି ମେଳା ଆଠ ଦିନ ଧରି ଅର୍ଥାତ୍ ଆସନ୍ତା ୪ ତାରିଖ ଶୁକ୍ରବାର ପର୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ପ୍ରଵଳ ଜନସମାଗମ ହେବ ବୋଲି ପ୍ରଥମ ଉଦଘାଟନ ଦିନରୁ ହିଁ ଜଣାପଡିଛି। ମେଳା ପରିଚାଳନାରେ ପ୍ରମୋଦ କୁମାର ସାହୁ ,ପବିତ୍ର କୁମାର ପ୍ରଧାନ,ମାନସ ରଂଜନ ବେହେରା,ଏସ୍ କେ ସାମନେ, ଏସ୍ କେ ରିଲିଜ୍,ତପନ କୁମାର ବେହେରା, ଅନିରୁଦ୍ଧ ଗୋଛୟତ, ରାକେଶ ଗୋଛୟତ,ଲିପୁନ ଦାସ, ପ୍ରମୁଖଙ୍କ ସମେତ ପଞ୍ଚାୟତଵାସୀ ସହାୟତା କରିଛନ୍ତି।

Leave a Reply

Your email address will not be published. Required fields are marked *