କର ଫାଉଣ୍ଡେସନ୍ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର)- ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କର ଫାଉଣ୍ଡେସନ୍’ ଓ “ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ ତରଫରୁ “ବିଶ୍ୱ ତମାଖୁ ବର୍ଜନ ଦିବସ’ ଉପଲକ୍ଷେ ଏକ ସଚେତନତା ରାଲି ଭୁବନେଶ୍ୱରସ୍ଥିତ ଶିଶୁ ଭବନ ଛକରୁ ମାଷ୍ଟରକ୍ୟାନଟିିନ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ବର୍ଷ ମଇ ୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଏ । ତମାଖୁ ବ୍ୟବହାର ଦ୍ୱାରା ହେଉଥିବା ଭୟଙ୍କର ଜୀବନନାସକାରୀ ରୋଗ ଓ ବିଶ୍ୱ ସମୁଦାୟ ଉପରେ ଏହାର ଖରାପ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ ।

ତେଣୁ ଉପରୋକ୍ତ ସଂଗଠନର ସ୍ୱେଚ୍ଛାସେବୀମାନେ ବିଭନ୍ନ ସଚେତନତା ବାର୍ତା ଲେଖାଥିବା ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନତା କରାଇଥିଲେ ଓ ତମାଖୁ ଦ୍ୱାରା ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବୁଝାଉଥିଲେ । ଯକ୍ଷ୍ମା, କର୍କଟ ପ୍ରଭୃତି ଦୂରାରୋଗ୍ୟ ବ୍ୟାଧିରୁ ବର୍ତିବା ପାଇଁ ତମାଖୁ ପରିତ୍ୟାଗ କରିବା ନିହାତି ଆବଶ୍ୟକ ଓ ଯୁବ ସମାଜ ଏଥିରୁ ଦୂରେଇ ରହିବା ପାଇଁ କର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ, ଅଭିନେତା ଚନ୍ଦନ କର ଓ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ମତବ୍ୟକ୍ତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ହରପ୍ରସାଦ ମହାପାତ୍ର, ଯୁବନେତା ନଳିନୀକାନ୍ତ ନାୟକ, ସମାଜସେବୀ ଜ୍ୟୋତ୍ସ୍ନା ରାଉତ, ଜଗନ୍ନାଥ ସାହୁ, ଶୁଭଙ୍କର ସାହୁ, ସରୋଜ ପ୍ରଧାନ, କ୍ଷୀରୋଦ କୁମାର ଜେନା, ମନୋଜ ସାହୁ, ସୂର୍ଯ୍ୟକାନ୍ତ ସେଠୀ, ପିଆଲି ପ୍ରିୟଦର୍ଶିନୀ ବେହେରା, ବିଷ୍ଣୁ ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଇଥିଲେ । ଅନୁଷ୍ଠାନ ତରଫରୁ ରାଜ୍ୟ ସରକାରଙ୍କୁ ଅବିଳମ୍ବେ ନିଶାଦ୍ରବ୍ୟ ନିଷିଦ୍ଧ ଘୋଷଣା କରିବା, ତା’ସହ କୋଟ୍ପା ଆଇନ୍ କୁ କି୍ରୟାଶୀଳ କରାଇବା ପାଇଁ ଦାବି କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *