ଭୁବନେଶ୍ୱର,୨୮/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ୱାର୍ଡ ନମ୍ବର-୫୨, ଭୀମପୁର (ଏୟାରପୋର୍ଟ ନିକଟବର୍ତ୍ତୀ) ନୂଆ ୱାର୍ଡ ଅଫିସ୍ ଠାରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆପଲୋ ହସ୍ପିଟାଲ୍ ଓ ମଣିପାଲ୍ ହସ୍ପିଟାଲ୍ ର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ମହିଳାମାନଙ୍କ ପାଇଁ ହେମୋଗ୍ଲୋବିନ୍ (ରକ୍ତ) ପରୀକ୍ଷା, CBC, ଆଖି ପରୀକ୍ଷା (Eye Testing) ଏବଂ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୦ ରୁ ଊର୍ଦ୍ଧ୍ୱ ମହିଳା ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇଛନ୍ତି।
ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିଜ୍ ଫୋରମ୍ର ସମ୍ପାଦିକା ଅନୁରାଧା ଦାଶ୍ ସଫଳତାର ସହ ପରିଚାଳନା ଓ ଆୟୋଜନ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ଫୋରମ୍ର ସଭ୍ୟା ଦୀପ୍ତି ବେହେରା, କିରଣବାଳା ମିଶ୍ର ଓ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ସକ୍ରିୟ ଭାବେ ଉପସ୍ଥିତ ଥିଲେ। ସ୍ଥାନୀୟ ପ୍ରତିନିଧି ଭାବେ ସ୍ନେହାଶ୍ରୀ ମହାନ୍ତି, ନଳିନୀ ମିଶ୍ର, ମନୋଜ ପାତ୍ର, କର୍ପୋରେଟର୍ ଶ୍ରୀଧର ବେହେରା ଓ ପଞ୍ଚାନନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗର ହାତ ବଢ଼ାଇଥିଲେ।
()
