ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ରେ ଅନଧିକୃତ ଗାଡ଼ି ପାର୍କିଂ ଉପରେ ନିଷେଧାଜ୍ଞା ଜାରି।

ଯାଜପୁର, ୨୭/୯/୨୦୨୪ (ଓଡ଼ିଶା ସମାଚାର)- ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ମୁଖ୍ୟ ରାସ୍ତାରେ ଅନଧିକୃତ ଭାବରେ ଗାଡ଼ି ପାର୍କିଂ ଦ୍ଵାରା ଅତ୍ୟାବଶ୍ୟକୀୟ ଯାନବାହାନ ମୁକ୍ତ ଚଳାଚଳରେ ଅସୁବିଧା ପରିଲକ୍ଷିତ ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧିପାଉଥିବାର ଜିଲ୍ଲା ପ୍ରଶାସନ, ଯାଜପୁର ର ଦୃଷ୍ଟିକୁ ଆସିଅଛି। ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅନଧିକୃତ ଗାଡ଼ି ପାର୍କିଂ ଉପରେ ନିଷେଧାଜ୍ଞା ଜାରୀ କରିଛନ୍ତି। ମୋଟର ଯାନ ଆଇନ – ୧୯୮୮ ଧାରା ୧୧୫,୧୬, ୧୧୭ ଓ ଓ. ଏମ. ଭି ନିୟମାବଳୀ ର ୬୩ ଓ ୯୩ ନିୟମାବଳୀ ଅନୁଯାୟୀ   ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଭା ପ୍ର ସେ. ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ତଥା ଚେୟାରମ୍ୟାନ, ଆର. ଟି. ଏ  ସମସ୍ତ ଦ୍ରବ୍ୟ ପରିବହନ କରୁଥିବା ଯାନ ଏନ୍. ଏଚ୍.- ୧୬ (ଷଠିପୁର ରୁ ନେଳିଆ ), ଏନ୍. ଏଚ୍.- ୫୩ (ବାଲିଚନ୍ଦ୍ରପୁର ରୁ ଡ଼ୁବୁରୀ), ଏନ୍. ଏଚ୍.- ୨୦ (ପାଣିକୋଇଲି ଛକ ରୁ ରଗଡି ଛକ )ପର୍ୟ୍ୟନ୍ତ ଅନଧିକୃତ ପାର୍କିଙ୍ଗ ଉପରେ ନିଷେଧାଜ୍ଞା  ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ତା. ୦୧.୧୦.୨୦୨୪ ରିଖ ଠାରୁ ତା. ୩୧.୧୦.୨୦୨୪ ରିଖ ପର୍ୟ୍ୟନ୍ତ ଏକ ମାସ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *