କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ଏକାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ବ୍ୟାଙ୍କର ସମ୍ମିଳନୀ କକ୍ଷରେ  ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ବ୍ୟାଙ୍କର କର୍ମଚାରୀ ଓ ପୂର୍ବତନ କର୍ମଚାରୀମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ କାର୍ଯ୍ୟାବଳୀ, ଗୁଣ, ନେତୃତ୍ୱ ଏବଂ ଦକ୍ଷତା ସମ୍ପର୍କରେ ଆଲୋଚନା ଏବଂ ସ୍ମୃତିଚାରଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏଥିସହିତ ତାଙ୍କ ପରିବାରକୁ ପ୍ରଭୁ ଅସୀମ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହି ସଭାରେ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ଅଶୋକ କୁମାର ମହାନ୍ତି, ଭଞ୍ଜ କିଶୋର ମହାନ୍ତି, ସୁରେଶ ଚନ୍ଦ୍ର ପରିଡା, ସୁକାନ୍ତ କୁମାର କର, ବିବେକାନନ୍ଦ ମହାନ୍ତି ପ୍ରମୁଖ ବହୁ କର୍ମଚାରୀ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *