ମୁଖ୍ୟ ଶାସନ ସଚିବଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କାର୍ଯ୍ୟ ସମୀକ୍ଷା

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ  ଅଧିକ ନିଷ୍ଠା ଓ ସଂକଳ୍ପର ସହ କାର୍ଯ୍ୟ କରିବାକୁ ଆହ୍ୱାନ
  • ଗ୍ରାମୀଣ ବିକାଶରେ ନବ ଜାଗରଣ ଆଣନ୍ତୁ ବିଭାଗୀୟ କ୍ଷେତ୍ରସ୍ତରୀୟ ଅଧିକାରୀ  : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ

ଭୁବନେଶ୍ୱର,୧୪/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପରିଦର୍ଶନ କରି ସେଠାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ଅଧିକାରୀ ଓ ଜିଲ୍ଲା ଏବଂ ବ୍ଲକ ସ୍ତରରୁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ।

ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍, ପଞ୍ଚାୟତିରାଜ ଓ ପାନୀୟଜଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାସ୍ତରରେ ସମସ୍ତ ଜିଲ୍ଲାର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକରେ ବିଡିଓ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସମେତ ବ୍ଲକ୍ ସ୍ତରୀୟ ଅନ୍ୟ ବିଭିନ୍ନ ବିଭାଗୀୟ ସଂପ୍ରସାରଣ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ସଂପର୍କରେ ଅବଗତ କରି କହିଥିଲେ ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳବି ଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଗ୍ରାମାଂଚଳରେ ବିଭିନ୍ନ ମୌଳିକ ସୁବିଧା ପୂରଣ କରିବାରେ ବିଭାଗର ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହି ଲକ୍ଷ୍ୟ ହାସଲ ପାଇଁ ଅଧିକ ନିଷ୍ଠା, ଦୃଢ଼ତା ଓ ସଂକଳ୍ପର ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତ୍ୟେକଙ୍କୁ ଅଂଶୀଦାର ହେବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଥିଲେ। ସମସ୍ତଙ୍କୁ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ସଂପର୍କରେ ଜାଣିବା ସହିତ ବିକଶିତ ଓଡ଼ିଶା ପାଇଁ ପ୍ରମୁଖ ୩ଟି ସ୍ତମ୍ଭ ଉପରେ ସେ ଗୁରୁତ୍ୱ ଦେଇଥିଲେ ।

( ୧)  ରାସ୍ତା , ସେତୁ, ବିଦ୍ୟୁତ୍ ଭିତ୍ତିଭୂମି,ରେଳପଥ, ଶିଳ୍ପ, ବିମାନ ବନ୍ଦର ଭଳି ବିଭିନ୍ନ ଭିତ୍ତିଭୂମି ବିକାଶରେ ସମୃଦ୍ଧି (୨) ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଓ ଶିକ୍ଷାର ଉନ୍ନତିକୁ ନେଇ ସୁସ୍ଥତା ଓ(୩) ଆର୍ଥିକ ସମାନତାର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମାଞ୍ଚଳରେ ଜୀବିକାର୍ଜନ କାର୍ଯ୍ୟକ୍ରମ ବୃଦ୍ଧି କରିମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ବୃଦ୍ଧି, ମାଛ,ଅଣ୍ଡା,କ୍ଷୀର,ଆଦି କ୍ଷେତ୍ରରେ ମୂଲ୍ୟଯୁକ୍ତ ଉତ୍ପାଦନ,ପର୍ଯ୍ୟଟନରେ ସମୃଦ୍ଧି ଆଦି କ୍ଷେତ୍ରରେ ସବୁ ବର୍ଗର ଜନସାଧାରଣଙ୍କୁ ନେଇ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

          ସବୁଦିନ ପାଇଁ ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ଦୂରକରିବା ପାଇଁ  ରଣନୀତି ଆପଣାଇବା ଉପରେ ସେ ଗୁରୁତ୍ୱ ଦେବା ସହ ପରିମଳ, ସଡ଼ , ବିଦ୍ୟୁତ ସଂଯୋଗୀକରଣ କରି ଗ୍ରାମୀଣ ବିକାଶରେ ନବ ଜାଗରଣ ଆଣିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗୁରୁତ୍ୱପୁର୍ଣ୍ଣ ଯୋଗଦାନ ରଖିବେବୋଲି ସେ ଦୃଢ ଆଶା ପ୍ରକାଶ କରିଛନ୍ତି ।

ରାସ୍ତା ମରାମତି, ଖାଲଖମା ମରାମତି, ବନ୍ୟା ନିୟନ୍ତ୍ରଣରେ ଯୋଗଦାନ, ଗ୍ରାମୀଣ ସୁସ୍ଥ ଓ ପରିବେଶ ସୌନ୍ଦର୍ଯ୍ୟ କରଣ ଚିନ୍ତାଧାରାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ ଗ୍ରାମକୁ ଇଣ୍ଟରନେଟ୍ ସଂଯୋଗୀକରଣ, ବ୍କକରେ ବିଭିନ୍ନ ଗ୍ରାମକୁ ମଡେଲ ଗ୍ରାମରେ ବିକଶିତ କରିବାକୁ ପଦକ୍ଷେପ,  ମହାପୁରୁଷ ଆଦର୍ଶ ଗ୍ରାମ କାର୍ଯ୍ୟକାରିତା, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକାରିତା ନେଇ ବିଭାଗୀୟ ସହଯୋଗ ଏବଂ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଅଧିକ ଆକଂକ୍ଷୀ ହେବା ସହ ମନୋବଳ ସୁଦୃଢ଼ କରି କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଇଥିଲେ।

            ବୈଠକରେ ପଞ୍ଚାୟତିରାଜଓପାନୀୟଜଳବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ . ଏନ୍ ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ । ବିଭାଗ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବାରୁ ଏବଂ ଲୋକଙ୍କ ମୌଳିକ ସମସ୍ୟା ସହ ଜଡିତ ରହି ସମାଧାନ କରୁଥିବାରୁ ବିଭାଗ ଯେପରି ପ୍ରଭାବୀ, କ୍ରିୟାଶୀଳ ରହି ସରକାରୀ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସୁଦୃଢ ରୂପାୟନ ହୋଇପାରିବ, ସେଥିପାଇଁ ସର୍ବଦା ଦୃଢ ପ୍ରୟାସ ଜାରି ରହିଥିବା ସମ୍ପର୍କରେ ସେ ପ୍ରକାଶ କରିଥିଲେ ।  ସେ ବିଭାଗୀୟ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ନିୟମିତ ସାପ୍ତାହିକ ସମୀକ୍ଷା କରାଯାଉଥିବା ସଂପର୍କରେ  ସୂଚନା  ଦେଇ କହିଥିଲେ  ଯେ, ଗ୍ରାମୀଣ ପାନୀୟଜଳ ମେଗା ପାଇପ୍ ଜଳ ଯୋଗାଣ ଅଧୀନରେ୨୦୭ଟି ପ୍ରକଳ୍ପ ମଧ୍ୟରୁ୪୩ଟି ସମ୍ପୂର୍ଣ୍ଣ ହୋଇଛି ଏବଂ୮୬ଟି ପ୍ରକଳ୍ପ ରୁ ଜଳଯୋଗାଣ ଆରମ୍ଭ ହୋଇଛି ।

ଅବଶିଷ୍ଟ ପ୍ରକଳ୍ପ ଗୁଡ଼ିକରେ ରହୁଥିବା ସମସ୍ୟାକୁ ଦୂରକରିଶୀଘ୍ରସମ୍ପୂର୍ଣ୍ଣକରିବାଉପରେଗୁରୁତ୍ୱଦିଆଯାଇଛି ।ଛୋଟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ୧୮,୭୮୨ଟି (୯୭%) ପ୍ରକଳ୍ପ ସମ୍ପୂର୍ଣ୍ଣହୋଇଛି ।ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଆଗାମୀ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ସୋଲାର ପାଇପ୍ ଜଳ ଯୋଗାଣ ଅଧୀନରେ୬,୬୫୬ଟି (୭୪%) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।ଅବଶିଷ୍ଟ ପ୍ରକଳ୍ପ ଗୁଡ଼ିକ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ।୨୧,୩୨୪ଟି ଗ୍ରାମରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ସଂ ଯୋଗ ମାଧ୍ୟମରେ ଏବଂ ୭,୦୩୪ଟି ଗ୍ରାମରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳଯୋଗାଣ କରାଯାଉଛି ।ଅବଶିଷ୍ଟ କାର୍ଯ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ସହ ପ୍ରତ୍ୟେକ ପରିବାରକୁ ନିଶ୍ଚିତଭାବେ ଜଳ ଯୋଗାଣ କରିବା ଆମର ପ୍ରାଥମିକତା ରହିଛି ।

          ବିଭାଗୀୟ ସଚିବ ଆହରି ମଧ୍ୟ ସୂଚନା ଦେଇଥିଲେ ଯେ, “ବିକଶିତଗାଁ, ବିକଶିତ ଓଡ଼ିଶା”ରେ  ୨୦୨୪-୨୫ ଆର୍ଥିକ ବର୍ଷରେ୨୨,୯୧୭ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ସେଥିମଧ୍ୟରୁ ୨୦,୯୭୫ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୯୩୬.୨୨କୋଟି ଟଙ୍କା ବ୍ୟୟ ହୋଇଛି। ୨୦୨୫-୨୬ଆର୍ଥିକ ବର୍ଷରେ୪୨,୧୪୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ।ସେଥିମଧ୍ୟରୁ ୧୬,୩୪୭ଟି ସମ୍ପୂର୍ଣ୍ଣ ହୋଇଛିଏବଂ ୬୨୬.୦୬କୋଟି ଟଙ୍କା ବ୍ୟୟ ହୋଇଛି ।

୨୦୨୬-୨୭ଆର୍ଥିକ ବର୍ଷ ପାଇଁ ୩୧୪ଟି ବ୍ଲକ୍‌ମଧ୍ୟରୁ ୨୭୮ଟି ବ୍ଲକ୍‌ ର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦନ ହୋଇଛି ।ଅବଶିଷ୍ଟ ୩୬ଟି ବ୍ଲକ୍‌ର ଅନୁମୋଦନ ପ୍ରକ୍ରିୟା ଚାଲୁଛି । ଭିଭି-ଜି-ରାମ ଜୀ କାର୍ଯ୍ୟକାରିତାରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ମଜୁରି, ସାମଗ୍ରୀ ଓ ପ୍ରଶାସନିକ ଅଂଶ ପାଇଁ ଦେୟ ପ୍ରଦାନ ଆରମ୍ଭ କରିଥିବା ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ହୋଇଥିବା ସେ  ସୂଚନା ଦେଇଥିଲେ ।  ଏମଜିଏନଆରଜିଏସ ଅଧୀନରେ ଦାଦନ /ଜୀବିକା ପାଇଁ ବାହାରକୁ ଯିବାକୁ ହ୍ରାସ କରିବା ଉଦ୍ଦେଶ୍ୟରେ୩୦ଟି ପ୍ରବାସ ପ୍ରବଣ ବ୍ଲକ୍‌ ର୧.୨୯ଲକ୍ଷ ପରିବାର କୁ ରାଜ୍ୟ ସହାୟତା ଅଧୀନରେ କର୍ମନିଯୁକ୍ତି ଯୋଗାଇ ଦିଆଯାଇଛି ।ଏହା ମାଧ୍ୟମରେ ୩୫.୫୨ଲକ୍ଷ ମାନବ-ଦିବସ ସୃଷ୍ଟି ହୋଇଛି ।

୫୭୮ଟି ପରିବାର ୧୦୦ ଦିନର ନିଯୁକ୍ତି ସମ୍ପୂର୍ଣ୍ଣ କରିଛନ୍ତି ।ଗତ ଦୁଇବର୍ଷରେ ଗ୍ରାମୀଣ ଆବାସରେ ୫,୨୪,୫୮୩ଟି ଘର ସମ୍ପୂର୍ଣ୍ଣ ହୋଇଥିବା ଏବଂ ଏଥି ମଧ୍ୟରେ ପିଏମଏଓ୍ୱାଇ ଅଧୀନରେ୩,୭୪,୦୬୦, ପିଏମ୍-ଜନମନ ଅଧୀନରେ ୩୩,୬୪୨ଏବଂ ଅନ୍ତ୍ୟୋଦୟ ଗୃହଯୋଜନା ଅଧୀନରେ୧,୧୬,୮୮୧ଟିଘର ରହିଛି ।୯୮,୬୧୩ ଜଣ ହିତାଧିକାରୀଙ୍କୁ ୧୫୧କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।୧୬ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଏବଂ ୬ଷ୍ଠ ରାଜ୍ୟ ଅର୍ଥ ଆୟୋଗର ବିଭିନ୍ନ ବାବଦକୁ ଆର୍ଥିକ ସହାୟତା ପ୍ରଦାନ ସଂପର୍କରେ ସେ ସୂଚନା ଦେଇଥିଲେ ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବ ଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *