ନଭୋଦୟ ବିଦ୍ୟାଳୟ ପ୍ରବେଶ ନିମନ୍ତେ ଅନଲାଇନ ଆବେଦନ ତାରିଖ ୨୦୨୪ ଅକ୍ଟୋବର ୭ ତାରିଖ, ପର୍ଯ୍ୟନ୍ତ ବୃଦ୍ଧି

ଯାଜପୁର,୨୭/୯/୨୦୨୪ (ଓଡ଼ିଶା ସମାଚାର)-ନଭୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପ୍ରବେଶ ନିମନ୍ତେ ଅନଲାଇନ ପୋର୍ଟାଲ ଆବେଦନ ଅକ୍ଟୋବର ୭ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନାଭୋଦୟ ବିଦ୍ୟାଳୟ ସିଲେକ୍ସନ ଟେଷ୍ଟ – ୨୦୨୫ ପାଇଁ ପ୍ରବେଶ ବିଜ୍ଞପ୍ତି ଅନୁଯାୟୀ ଯାଜପୁର ଜିଲ୍ଲାର ପି.ଏମ.ଶ୍ରୀ ସ୍କୁଲ, ଜବାହର ନଭୋଦୟ ବିଦ୍ୟାଳୟ, ପାଣିକୋଇଲି ରେ ୬ଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ଅନଲାଇନ ପୋର୍ଟାଲ ଲିଙ୍କ www.navodaya.gov.in ଜରିଆରେ ଯାଜପୁର ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ ମାନେ ୦୭.୧୦.୨୦୨୪ ପର୍ଯ୍ୟନ୍ତ ଆବେଦନ କରିବାକୁ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସଂଶୋଧନ ଆମନ୍ତ୍ରଣ ଶେଷ ତାରିଖ  ଅକ୍ଟୋବର  ୮ ଓ  ୯ ତାରିଖ ରଖାଯାଇଛି।୨୦୨୫-୨୬ ବର୍ଷ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *