କଟକ ସଦର ପଞ୍ଚାୟତ ସମିତି ବୈଠକରେ ‘ଵିକଶିତ ଗାଁ ବିକଶିତ ଓଡ଼ିଶା’ଉପରେ ମୋହର ବାଜିଲା

କଟକ ସଦର, ୨୮/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୭ମ ପଞ୍ଚାୟତ ସମିତି ବୈଠକ ଆଜି (ଶୁକ୍ରବାର ଦିନ) ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ଵିଡିଓ ଇଂ ପ୍ରତୀକ କୁମାର ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସୁଭସ୍ମିତା ନାଥ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପ୍ରଜ୍ଞା ପାରମିତା ସାମଲ ପ୍ରମୁଖଙ୍କ ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗଦାନ କରିଥିଲେ।

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ ବିକଶିତ ଗାଁ ବିକଶିତ ଓଡ଼ିଶା’ପାଇଁ ପଞ୍ଚାୟତ ସ୍ତରରୁ ଗ୍ରାମସଭା ଜରିଆରେ ଆସିଥିବା ଚଳିତ ବର୍ଷର ପ୍ରକଳ୍ପ ତାଲିକା ଉପରେ ସମିତି ବୈଠକରେ ମୋହର ବାଜିଥିଲା। ବିଧାୟକ ଇଂ ସେଠୀ ଙ୍କ ଡବଲ ଇଂଜିନ୍ ସରକାର ବକ୍ତବ୍ୟ ଉପରେ ଉରାଳି ସରପଂଚ ଙ୍କ ଦୃଢ଼ ପ୍ରତିବାଦ ବୈଠକରେ କିଛି ସମୟ ପାଇଁ ହଟଚମଟ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *